ଦେଶଧର୍ମନ୍ୟୁଜ୍ରାଜ୍ୟସାହିତ୍ୟ ଓ ସଂସ୍କୃତିସ୍ପେଶାଲ୍ ରିପୋର୍ଟ

ପିଏମ ମୋଦି ଦୁର୍ଗା ପୂଜାରେ ପାରମ୍ପରିକ ବଙ୍ଗାଳୀ ପୋଷାକରେ ନଜର ଆସିବେ

ସତ୍ୟଶିଖା (ନୂଆଦିଲ୍ଲୀ) ୨୦/୧୦/୨୦୨୦ : ଆଉ ଦିନ କେଇଟା ପରେ ଦୁର୍ଗା ପୂଜା । ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ଥିବା ପଶ୍ଚିମବଙ୍ଗରେ ପୂଜା ପ୍ରସ୍ତୁତି କରୋନା ପାଇଁ ନିରାଡମ୍ବର ଭାବେ ଚାଲିଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥର ଥର ପାଇଁ ପଶ୍ଚିମବଙ୍ଗର ୧୦ଟି ପୂଜା ମଣ୍ଡପର ଉଦଘାଟନ କରିବେ । ପିଏମ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅକ୍ଟୋବର ୨୨ ଅର୍ଥାତ ଷଷ୍ଠି ଦିନ ଏହାକୁ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମର ନାଁ ରଖାଯାଇଛି ‘ପୂଜା କି ବାତ୍’ । ଏଥିରେ ମୋଦି ପାରମ୍ପରିକ ବେଶପୋଷାକରେ ନଜର ଆସିବେ । ସେ ସର୍ବଦା ଭାରତୀୟ ବେଶ ପୋଷାକ ପାଇଁ ଚର୍ଚାରେ ରହୁଥିବା ବେଳେ ଏଥର କିନ୍ତୁ ପ୍ରଥମ ଥର ବଙ୍ଗାଳୀ ପାରମ୍ପରିକ ପୋଷାକରେ ନଜର ଆସିବେ ।ଯେଉଁ ଦଶଟି ପୂଜା ମଣ୍ଡପ ଉଦଘାଟନ କରିବେ ତାହା କଲିକତା ତଥା ଆଖପାଖ ଇଳାକାର ପୂଜା ମଣ୍ଡପ । ସେହି ଦିନ ତାଙ୍କ ଭାଷଣ ବଙ୍ଗାଳି ଲୋକଙ୍କ ପାଇଁ ଉତ୍ସର୍ଗ ହେବ ବୋଲି କୁହାଯାଉଛି । ପଶ୍ଚିମବଙ୍ଗରେ ଷଷ୍ଠି ଦିନର ଖୁବ ମହତ୍ୱ ରହିଛି । ଏଣୁ ପିଏମଙ୍କ ସମ୍ବୋଧନ ଓ ଉଦଘାଟନକୁ ଏହି ଦିନ ପାଇଁ ମନୋନୀତ କରାଯାଇଛି ।ମୋଦିଙ୍କ ସହ ଦୁର୍ଗା ପୂଜା କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ମଧ୍ୟ ତାଙ୍କ ସହ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ । ଏହାର ପ୍ରସ୍ତୁତି ରାଜ୍ୟ ବିଜେପି ମହିଳା ମୋର୍ଚା ଦ୍ୱାରା ଆୟୋଜିତ ହେଉଛି । କାର୍ଯ୍ୟକ୍ରମ ଉଦଘାଟନ ପାଇଁ ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ତଥା ନୃତ୍ୟଶିଳ୍ପୀ ଡୋନା ଗାଙ୍ଗୁଲି ଓ ତାଙ୍କ ଟିମକୁ ଆମନ୍ତ୍ରଣ କରାଯାଇଛି ।

Show More
Back to top button