ସତ୍ୟଶିଖା (ଭୁବନେଶ୍ୱର) ୦୫/୦୧/୨୦୨୧ : ଆପଣ ବି ବହୁତ ମିଠା ଖାଉଛନ୍ତି କି ? ସସ ମେଣ୍ଟାଇବା ପାଇଁ ଆପଣ ବି ଜୁସ ପିଉଛନ୍ତି କି ? ଆପଣଙ୍କ ଫ୍ରିଜରେ ବି କେକ, ପେଷ୍ଟ୍ରି, କ୍ରିମ ରୋଲ ସବୁବେଳେ ଉପଲବ୍ଧ କି ? ଆପଣ ବି ଖାଇବା ପରେ ମିଠା ଖାଉଛନ୍ତି କି ? ମିଠା ଖାଇବାକୁ ଲୋକେ ସବୁବେଳେ ପସନ୍ଦ କରନ୍ତି । ଲୋକେ ମିଠା ଖାଇବା ପାଇଁ କୌଣସି ମଉକା ଖୋଜଇନଥାନ୍ତି । ତେବେ ମିଠା ଖାଇବା ଯୋଗୁଁ ଆପଣ ଶରୀରକୁ କେତେ କ୍ୟାଲୋରୀ ଯାଉଛି ଜାଣିଛନ୍ତି କି ? ଚିନି ଖାଇବାର ଅନେକ ପ୍ରଭାବ ରହିଛି । ଚିନି ଖାଇବା ବା ଚିନିରେ ତିଆରି ଜିନିଷ ଖାଇବା ଅର୍ଥାତ ଉଚ୍ଚ ରକ୍ତଚାପ, ଅଧିକ କ୍ୟାଲୋରୀ ଏବଂ ନ୍ୟୁଟ୍ରିଟିଭ ଭେଲ୍ୟୁ । ଚିନି ଯୋଗୁଁ ବ୍ୟକ୍ତିର ଓଜନ ମଧ୍ୟ ବୃଦ୍ଧି ପାଇଥାଏ, ହୃଦୟ ସମ୍ବନ୍ଧୀୟ ରୋଗ ହୋଇଥାଏ, ଦାନ୍ତରେ ପୋକ ଲାଗିବା ଆଦି ସମସ୍ୟା ଦେଖାଦେଇଥାଏ । ଭବିଷ୍ୟତରେ ଏହା ଘାତକ ପ୍ରମାଣିତ ହୋଇପାରେ । ସେଥିପାଇଁ ସାବଧାନ ରହିବା ନିହାତି ଆବଶ୍ୟକ। ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଚିନିର କିଛି ବିକଳ୍ପ ରହିଛି ଯାହାଦ୍ୱାରା ସ୍ୱାସ୍ଥ୍ୟ ହାନିକାରକ ନୁହେଁ ।
ଡେଟ୍ ସୁଗାର୍ – ଶୁଖିଲା ଖଜୁରୀ ବା ଡେଟରୁ ବି ଚିନି ପ୍ରାପ୍ତ ହୋଇପାରିବ । ଏହା ଆଣ୍ଟିଅକ୍ସିଡେଣ୍ଟରେ ଭରପୂର ଏବଂ ଏଥିରେ ଫାଇବର ମଧ୍ୟ ରହିଛି । ଏହାର ମିଶ୍ରଣ ଗୁଣ ଯୋଗୁଁ ଏହାକୁ କୁକିଜରେ ମଧ୍ୟ ବ୍ୟବହାର କରାଯାଇଥାଏ । କେକ ପାଇଁ ଡେଟ ସିରପ୍ ଏକ ଅତ୍ୟନ୍ତ ସ୍ୱାଦିଷ୍ଟ ବିକଳ୍ପ ହୋଇପାରେ ।
ଗୁଡ – ଆମେ ସମସ୍ତେ ଜାଣୁ ଯେ ଆଖୁରୁ ଉତ୍ପନ୍ନ ଚିନିର ଆଉ ଏକ ବିକଳ୍ପ ଗୁଡ । ଏହା ରିଫାଇନ ହୋଇନଥିବାରୁ ଏଥିରେ ଅତ୍ୟାବଶ୍ୟକ ଭିଟାମିନ୍, ମିନେରାଲ୍ସ, ଆଇରନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଛି । ଭୋଜନ ପରେ ଏକ ଛୋଟ ଖଣ୍ଡ ଗୁଡ ହଜମକାରୀ ଏନଜାଇମକୁ ସକ୍ରିୟ କରିଥାଏ । ରକ୍ତହୀନ ରୋଗୀଙ୍କ ପାଇଁ ଏହା ବହୁତ ଭଲ ବୋଲି ବିବେଚନା କରାଯାଏ । ଏହା ଶରୀରରେ ହେମୋଗ୍ଲୋବିନର ସ୍ଥର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଗୁଡକୁ ଆପଣ ବିଭିନ୍ନ ଉପାୟରେ ବ୍ୟବହାର କରିପାରିବେ । ବିଶେଷକରି ସୀତା ଋତୁରେ ଗୁଡ ଅଧିକ ଲାଭଦାୟକ ପ୍ରମାଣିତ ହୋଇଥାଏ । ଏହା କାଶ, ଥଣ୍ଡା ଏବଂ ଫ୍ଲୁର ପ୍ରଭାବକୁ ହ୍ରାସ କରିଥାଏ ।