ଖାଦ୍ୟଜୀବନମନ୍ତ୍ରସ୍ୱାସ୍ଥ୍ୟ

ଚିନି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ

ସତ୍ୟଶିଖା (ଭୁବନେଶ୍ୱର) ୦୫/୦୧/୨୦୨୧ : ଆପଣ ବି ବହୁତ ମିଠା ଖାଉଛନ୍ତି କି ? ସସ ମେଣ୍ଟାଇବା ପାଇଁ ଆପଣ ବି ଜୁସ ପିଉଛନ୍ତି କି ? ଆପଣଙ୍କ ଫ୍ରିଜରେ ବି କେକ, ପେଷ୍ଟ୍ରି, କ୍ରିମ ରୋଲ ସବୁବେଳେ ଉପଲବ୍ଧ କି ? ଆପଣ ବି ଖାଇବା ପରେ ମିଠା ଖାଉଛନ୍ତି କି ? ମିଠା ଖାଇବାକୁ ଲୋକେ ସବୁବେଳେ ପସନ୍ଦ କରନ୍ତି । ଲୋକେ ମିଠା ଖାଇବା ପାଇଁ କୌଣସି ମଉକା ଖୋଜଇନଥାନ୍ତି । ତେବେ ମିଠା ଖାଇବା ଯୋଗୁଁ ଆପଣ ଶରୀରକୁ କେତେ କ୍ୟାଲୋରୀ ଯାଉଛି ଜାଣିଛନ୍ତି କି ? ଚିନି ଖାଇବାର ଅନେକ ପ୍ରଭାବ ରହିଛି । ଚିନି ଖାଇବା ବା ଚିନିରେ ତିଆରି ଜିନିଷ ଖାଇବା ଅର୍ଥାତ ଉଚ୍ଚ ରକ୍ତଚାପ, ଅଧିକ କ୍ୟାଲୋରୀ ଏବଂ ନ୍ୟୁଟ୍ରିଟିଭ ଭେଲ୍ୟୁ । ଚିନି ଯୋଗୁଁ ବ୍ୟକ୍ତିର ଓଜନ ମଧ୍ୟ ବୃଦ୍ଧି ପାଇଥାଏ, ହୃଦୟ ସମ୍ବନ୍ଧୀୟ ରୋଗ ହୋଇଥାଏ, ଦାନ୍ତରେ ପୋକ ଲାଗିବା ଆଦି ସମସ୍ୟା ଦେଖାଦେଇଥାଏ । ଭବିଷ୍ୟତରେ ଏହା ଘାତକ ପ୍ରମାଣିତ ହୋଇପାରେ । ସେଥିପାଇଁ ସାବଧାନ ରହିବା ନିହାତି ଆବଶ୍ୟକ। ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଚିନିର କିଛି ବିକଳ୍ପ ରହିଛି ଯାହାଦ୍ୱାରା ସ୍ୱାସ୍ଥ୍ୟ ହାନିକାରକ ନୁହେଁ ।ମହୁ – ମହୁର ବ୍ୟବହାର ବହୁ ପ୍ରାଚୀନ କାଳରୁ ପୋଷଣ ଚିକିତ୍ସା ଓ ଔଷଧୀୟ କାର୍ଯ୍ୟ ପାଇଁ ହେଉଛି । ମହୁରେ ଫ୍ରୁଟକୋଜ୍ ଉଚ୍ଚ ସ୍ଥରରେ ରହିଛି । ଏହା ରିଫାଇନ ସୁଗାର ତୁଳନାରେ ଅଧିକ ମିଠା । ସେଥିପାଇଁ ଚିନି ତୁଳନାରେ ମହୁ କମ ଆବଶ୍ୟକ ହୋଇଥାଏ । ଚା’ରେ ବି ମହୁ ବ୍ୟବହାର କରିପାରିବେ । ମହୁରେ ଫ୍ଲେବୋନାଇଡ ରହିଛି ଯେଉଁଥିପାଇଁ ଏହା ଆଣ୍ଟିଅକ୍ସିଡେଣ୍ଟ ଗୁଣରେ ଭରପୁର ହୋଇଥାଏ । ମହୁରେ ଆଣ୍ଟି-ଭାଇରାଲ୍ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ମଧ୍ୟ ରହିଛି । ଏହା ମଧୁମେହ ରୋଗୀଙ୍କ ପାଇଁ ଭଲ ବିକଳ୍ପ କାରଣ ଏହା ବ୍ଲଡ଼ ସୁଗାର ଲେଭଲ ନିୟନ୍ତ୍ରଣ କରିଥାଏ ।

ଡେଟ୍ ସୁଗାର୍ – ଶୁଖିଲା ଖଜୁରୀ ବା ଡେଟରୁ ବି ଚିନି ପ୍ରାପ୍ତ ହୋଇପାରିବ । ଏହା ଆଣ୍ଟିଅକ୍ସିଡେଣ୍ଟରେ ଭରପୂର ଏବଂ ଏଥିରେ ଫାଇବର ମଧ୍ୟ ରହିଛି । ଏହାର ମିଶ୍ରଣ ଗୁଣ ଯୋଗୁଁ ଏହାକୁ କୁକିଜରେ ମଧ୍ୟ ବ୍ୟବହାର କରାଯାଇଥାଏ । କେକ ପାଇଁ ଡେଟ ସିରପ୍ ଏକ ଅତ୍ୟନ୍ତ ସ୍ୱାଦିଷ୍ଟ ବିକଳ୍ପ ହୋଇପାରେ ।କୋକୋନଟ୍ ସୁଗାର୍ – ନଡ଼ିଆକୁ ହାତରେ ରଖି ଏକ କଟା ତିଆରି କରାଯାଏ । ଏହାପରେ ତାକୁ ବାଷ୍ପୀକରଣ ପାଇଁ ଛଡ଼ାଯାଇଥାଏ । ଏହି ପ୍ରକ୍ରିୟା ପରେ ଏକ ସ୍ଫଟିକ୍ ପଦାର୍ଥ ଛଡ଼ାଯାଇଥାଏ । ଏହା  ପରେ କୋକୋନଟ୍ ସୁଗାର ତିଆରି ହୁଏ । ଏହି ପ୍ରାକୃତିକ ମିଠା ବିଷୟରେ ଏକ ବଡ କଥା ହେଲା ଏହା ବ୍ୟଞ୍ଜନକୁ ଅଧିକ ସ୍ୱାଦିଷ୍ଟ କରିଥାଏ । ଏହାକୁ ଚା’ କଫିରେ ବି ବ୍ୟବହାର କରିପାରିବେ । ଏହାକୁ ଅନ୍ୟାନ୍ୟ ବ୍ୟଞ୍ଜନରେ ମଧ୍ୟ ବ୍ୟବହାର କରାଯାଇପାରେ । କାରଣ ଏଥିରେ ନଡ଼ିଆର ପୋଷାକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି । ଏଥିରେ ଇନସୁଲିନ୍ ଫାଇବରର ଥିବା ଯୋଗୁଁ ଏହା ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ବୋଲି ବିବେଚନା କରାଯାଏ ।ଡ଼ିମିରି ବା ଫିଗ୍ – ଡ଼ିମିରିରେ କାର୍ବୋହାଇଡ୍ରେଟ୍ସ ରହିଛି । ଏହା ଶରୀରରେ ଇନସୁଲିନ ସ୍ଥର ବୃଦ୍ଧି କରିନଥାଏ । ଡ଼ିମିରିକୁ ୫ଟି ଉପାୟରେ ବ୍ୟବହାର କରିପାରିବେ । ଏଥିରେ ଲଡୁ, ବିସ୍କୁଟ୍ ଆଦି ତିଆରି କରିପାରିବେ । ଏହାକୁ ପାଣିରେ ବତୁରାଈ ବାଟି ଦିଅନ୍ତି । ଏହା ହାଡର ସ୍ୱାସ୍ଥ୍ୟ, ରକ୍ତ ଏବଂ ହଜମ ପ୍ରକ୍ରିୟା ପାଇଁ ଉତ୍ତମ ।

ଗୁଡ – ଆମେ ସମସ୍ତେ ଜାଣୁ ଯେ ଆଖୁରୁ ଉତ୍ପନ୍ନ ଚିନିର ଆଉ ଏକ ବିକଳ୍ପ ଗୁଡ । ଏହା ରିଫାଇନ ହୋଇନଥିବାରୁ ଏଥିରେ ଅତ୍ୟାବଶ୍ୟକ ଭିଟାମିନ୍, ମିନେରାଲ୍ସ, ଆଇରନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଛି । ଭୋଜନ ପରେ ଏକ ଛୋଟ ଖଣ୍ଡ ଗୁଡ ହଜମକାରୀ ଏନଜାଇମକୁ ସକ୍ରିୟ କରିଥାଏ । ରକ୍ତହୀନ ରୋଗୀଙ୍କ ପାଇଁ ଏହା ବହୁତ ଭଲ ବୋଲି ବିବେଚନା କରାଯାଏ । ଏହା ଶରୀରରେ ହେମୋଗ୍ଲୋବିନର ସ୍ଥର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଗୁଡକୁ ଆପଣ ବିଭିନ୍ନ ଉପାୟରେ ବ୍ୟବହାର କରିପାରିବେ । ବିଶେଷକରି ସୀତା ଋତୁରେ ଗୁଡ ଅଧିକ ଲାଭଦାୟକ ପ୍ରମାଣିତ ହୋଇଥାଏ । ଏହା କାଶ, ଥଣ୍ଡା ଏବଂ ଫ୍ଲୁର ପ୍ରଭାବକୁ ହ୍ରାସ କରିଥାଏ ।

Show More
Back to top button