ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ୧୦୬୫ ନୂଆ ପଜିଟିଭ ଚିହ୍ନଟ ; ଖୋର୍ଦ୍ଧାରୁ ସର୍ବାଧିକ ୩୬୧, କଟକରୁ ୧୩୫

ସତ୍ୟଶିଖା( ଭୁବନେଶ୍ୱର )୧୬.୦୭ . ୨୦୨୨: ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉପର ମୁହାଁ ହୋଇଛି ।  ଦିନକରେ ଆଉ ୧୦୬୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୮ ଜିଲ୍ଲା ଓ ଷ୍ଟେଟ ପୁଲରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୨୪ ଓ ସ୍ଥାନୀୟ ଅଞ୍ଚଳରୁ ୪୪୧ ଓ ୧୮ ବର୍ଷରୁ କମ୍ ୧୨୨ ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୮ ହଜାର ୨୪୦କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬୧, କଟକରୁ ୧୩୫, ସୁନ୍ଦରଗଡରୁ ୧୧୧ ଜଣ ଆକ୍ର​‌ନ୍ତ ଚିହ୍ନଟ ହୋଇଛନ୍ତି ।​‌ ସେହିପରି  ସମ୍ବଲପୁରରୁ ୫୮, ମୟୂରଭଞ୍ଜରୁ ୫୨ ପୁରୀରୁ ୪୪, ସୁବର୍ଣ୍ଣପୁରରୁ ୩୧ ଓ ଷ୍ଟେଟ ପୁଲରୁ ୭୬ ଜଣ ଆକ୍ର​‌ନ୍ତ ଚିହ୍ନଟ ହୋଇଛନ୍ତି ।​‌ ରାଜ୍ୟରେ ୨ ଜିଲ୍ଲା କରୋନା ମୁକ୍ତ ରହିଛି।

Show More
Back to top button