

ସତ୍ୟଶିଖା(ଭୁବନେଶ୍ୱର) ୨୧.୦୭.୨୦୨୧:ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଂଜନ ମହାପାତ୍ରଙ୍କ ମୃତୁ୍ୟ ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାରେ ରହିଛି । ତାଙ୍କର ମୃତୁ୍ୟ ଏକ ଦୁର୍ଘଟଣା ନା ସୁପରିକଳ୍ପିତ ହତ୍ୟାକାଣ୍ଡ ତାହାକୁ ନେଇ ଛାନଭିନ ଜାରିରହିଛି । ଏସବୁ ଭିତରେ ଡିଏଫଓଙ୍କ ଭୂମିକାକୁ ନେଇ ସୌମ୍ୟଙ୍କ ପରିବାରବର୍ଗ ସନେ୍ଦହ ପ୍ରକାଶ କରିଛନ୍ତି । ଏପରିକି ଏତଲାରେ ବି ଡିଏଫଓଙ୍କ ନାମ ରହିଛି । ତେଣୁ ଠିକ ସମୟରେ ଡିଏଫଓଙ୍କୁ ବି ପଚରାଉଚରା କରାଯିବ ବୋଲି ଗଜପତି ଏସପି ତପନ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ଶ୍ରୀ ପଟ୍ଟନାୟକ କହିଛନ୍ତିଯେ, ଠିକ ବାଟରେ ତଦନ୍ତ ଜାରିରହିଛି । ଏପର୍ଯ୍ୟନ୍ତ ପୋଷ୍ଟମର୍ଟମ ରିପୋର୍ଟ ଆସିପାରିନାହିଁ । ଅପରପକ୍ଷରେ ମୃତୁ୍ୟକାଳୀନ ଜମାନବନ୍ଦୀର ଭିଡ଼ିଓ ମଧ୍ୟ ରହିଛି । ପୋଷ୍ଟମର୍ଟମ ରିପୋର୍ଟ ଓ ଜମାନବନ୍ଦୀ ରେକଡର଼୍କୁ ଅନୁଧ୍ୟାନ କରାଯିବ । ଏହା ଏକ ଜଟିଳ ମାମଲା ହୋଇଥିବାରୁ ସବୁ ଦିଗରୁ ପୁଲିସ ତଦନ୍ତ କରୁଛି । ପୁଲିସକୁ ସହଯୋଗ କରିବା ପାଇଁ କ୍ରାଇମବ୍ରାଂଚର ବି ଏକ ଟିମ ଆସିଛି । ସେଥିରେ ସାଇବର ଏକ୍ସପର୍ଟ ମଧ୍ୟ ରହିଛନ୍ତି ବୋଲି ଏସପି କହିଛନ୍ତି ।
ଅପରପକ୍ଷରେ ସନେ୍ଦହ ଘେରକୁ ଆସିଛନ୍ତି ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା । ସେ କେଉଁ ପରିସ୍ଥିତିରେ ସେଠାକୁ ଆସିଥିଲେ, ଆମ୍ବୁଲାନ୍ସ କିଭଳି ଆସିଲା ସେନେଇ ବି ତାଙ୍କୁ ପଚରାଉଚରା କରାଯିବ ବୋଲି ଏସପି କହିଛନ୍ତି । ମମତାଙ୍କୁ ସେଠାକୁ ଯିବା ପାଇଁ ବିଭାଗୀୟ ନିଦେ୍ର୍ଧଶ ନଥିଲା ବୋଲି ପୁଲିସ ଏସପି ସ୍ପଷ୍ଟ କରିଛନ୍ତି ।