ନ୍ୟୁଜ୍ସ୍ୱାସ୍ଥ୍ୟ

ଓଡ଼ିଶାରେ ବଢୁଛି ସ୍କ୍ରବ୍ ଟାଇଫସ୍ : ଚିନ୍ତା ପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସତ୍ୟଶିଖା (ଭୁବନେଶ୍ୱର ) ୩୦.୦୯.୨୦୨୩ : ଓଡ଼ିଶାରେ ବଢୁଛି ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତ୍ବରିତ ପଦକ୍ଷେପ । ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗଠିତ ୪ ଜଣିଆ ମେଡିକାଲ୍ ଟିମ୍ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି । ସେମାନେ ପ୍ରଭାବିତ ଅଞ୍ଚଳ ଯାଇ ସ୍ଥିତି ଅନୁଧ୍ୟାନ କରିବେ ।

ଏହି ଟିମରେ ନୂଆଦିଲ୍ଲୀ ଏଲଏଚଏମସି ଏବଂ ଏସଏସକେଏଚ୍ ପ୍ରଫେସର ଡକ୍ଟର ସମୀର ଗୁଲାଟି, ସେଣ୍ଟର ଫର୍ ୱାନ୍ ହେଲଥ୍, ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଡେପୁଟି ଡାରେକ୍ଟର ଡକ୍ଟର ତୁଷାର ନାଲେ, ନ୍ୟାସନାଲ ସେଣ୍ଟର ଫର୍ କଣ୍ଟ୍ରୋଲ ଆଇଡିଏସପି ଡାକ୍ତର ଧରା ବି ଶାହ ଏବଂ ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଇଡିଏସପି, ଇଆଇଏସ ଅଫିସର ଡକ୍ଟର ଆରୁଷି ଘାଇ ଅଛନ୍ତି ।

ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲା ସମେତ ପାଖାପାଖି ଜିଲ୍ଲାରେ ସ୍କ୍ରବ ଟାଇଫସ୍ ସଂକ୍ରମଣ ବୃଦ୍ଧି ପାଉଛି । ଯାହା ପାଇଁ ଚିନ୍ତା ପ୍ରକଟ କରି ଗତ ୨୨ ତାରିଖରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଅଭିଜ୍ଞ ଡାକ୍ତରୀ ଦଳକୁ ଓଡ଼ିଶାକୁ ଶୀଘ୍ର ପଠାଇବା ଓ ଔଷଧ ଯୋଗାଣ ସହ ସଚେତନତା ସୃଷ୍ଟି କରିବା ପାଇଁ ଅତିରିକ୍ତ ସହାୟତା ରାଶି ମଧ୍ୟ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧକ୍ରମେ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଛି ।

Show More
Back to top button