ରାଜ୍ୟ

ସୁନ୍ଦରଗଡ ଜିଲ୍ଲାରୁ ୮୩ ଆକ୍ରାନ୍ତ ଚିହ୍ନଟ; ୭ କୋଭିଡ ଯୋଦ୍ଧା

ରାଉରକେଲା(ପବନ ତିୱାରୀ):  ରାଜ୍ୟରେ ନୂଆ ୫୭୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ସୁନ୍ଦରଗଡ ଜିଲ୍ଲାରୁ ୮୩ଜଣ ଚିହ୍ନଟ ହୋଇଛନ୍ତି। ଫଳରେ ସୁନ୍ଦରଗଡ଼ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୫୪ରେ ପହଞ୍ଚିଲାଣି ।

ଆହୁରି ପଢ଼ନ୍ତୁ

ଜିଲ୍ଲାରୁ ଚିହ୍ନଟ ୮୩  ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ କୋଭିଡ ଯୋଦ୍ଧା ରହିଛନ୍ତି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ଭୁବନେଶ୍ୱରସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଟିଏମସିରୁ ୧୪ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ରାଜ୍ୟରୁ ରାଉରକେଲା ଫେରନ୍ତାଙ୍କ ମଧ୍ୟରୁ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ୨୨ଜଣ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ସେହିପରି ୩ଜଣ ହୋମ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଅଛନ୍ତି।  ଏହି ୩ ଜଣଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବା ସୂଚନା ମିଳିଛି

ସୁନ୍ଦରଗଡ଼ ଜିଲ୍ଲାର ୫୫୪ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୮ ଆକ୍ଟିଭ କେସ୍‌ ଥିବା ବେଳେ ୧୮୫ ଜଣ ସୁସ୍ଥ ହୋଇ ସାରିଲେଣି। କରୋନା ଯୋଗୁ ଜିଲ୍ଲାରେ ଜଣଙ୍କ ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button