ଦେଶ

‘ରାଜଧାନୀରେ ଚୀନ୍ ନାଗରିକ ରହିପାରିବେନି’ – Satyasikha

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋଣସି ଚୀନ୍ ନାଗରିକ ହୋଟେଲ, ଗେଷ୍ଟ ହାଉସ, ବଜେଟ ହୋଟେଲରେ ରହିପାରିବେ ନାହିଁ। ଭାରତ ଏବଂ ଚୀନ ମଧ୍ୟରେ ବିବାଦ ବଢ଼ୁଥିବା ବେଳେ ଦିଲ୍ଲୀରେ ହୋଟେଲ, ଗେଷ୍ଟ ହାଉସ ସଂଘ ଏଭଳି ଦୃଢ ନିଷ୍ପତ୍ତି ନେଇଛନ୍ତି।

କନଫେଡରେଶନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ବ୍ୟବସାୟୀ ଏବଂ ସେବା ପ୍ରଦାନକାରୀ ସଂସ୍ଥାକୁ ଚୀନକୁ ବହିଷ୍କାର କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଦିଲ୍ଲୀରେ ପାଖାପାଖି ୩,୦୦୦ ବଜେଟ ହୋଟେଲ ଏବଂ ଗେଷ୍ଟ ହାଉସ୍ ରହିଛି।

ଆହୁରି ପଢ଼ନ୍ତୁ

ଚୀନ୍ ଯେଉଁଭଳି ଭାବରେ ଭାରତ ସହିତ ବିଶ୍ୱାସଘାତକ କରିଛି ତାହା ଗ୍ରହଣୀୟ ନୁହେଁ। ଯବାନଙ୍କ ସହିତ ଚୀନ ସେନା ଯେଉଁ ପ୍ରକାର ବ୍ୟବହାର କରିଛି ତା’ର ପ୍ରତିଶୋଧ ନେବା ଦରକାର ବୋଲି ସଂଘ କହିଛି। ଏବେ ସିଏଆଇଟି ସାରା ଦେଶରେ ଚୀନ୍ ସାମଗ୍ରୀକୁ ବୟକଟ କରିବା ପାଇଁ ଏକ ଅଭିଯାନ ଚଳାଇଛି ବୋଲି ସିଏଆଇଟିର ଜାତୀୟ ମହାସଚିବ ପ୍ରବୀଣ ଖଣ୍ଡେଲଓ୍ୱାଲା କହିଛନ୍ତି।

ସିଏଆଇଟି ବର୍ତ୍ତମାନ ଜାତୀୟ ପରିବହନ ସଂଗଠନ, କୃଷକ, ହକର, କ୍ଷୁଦ୍ର ଶିଳ୍ପ, ଉପଭୋକ୍ତା ଉଦ୍ୟୋଗୀ, ମହିଳା ଉଦ୍ୟୋଗୀଙ୍କୁ ଯୋଗାଯୋଗ କରି ଚୀନକୁ ବୟକଟ କରିବା ଅଭିଯାନ ଆରମ୍ଭ କରିବ।

[ad_2]
Show More
Back to top button