ଚର୍ମ ଏବଂ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର କରିଥାଏ ଗୋଲାପ ପାଖୁଡା

ସତ୍ୟଶିଖା (ଭୁବନେଶ୍ୱର) ୦୯/୦୨/୨୦୨୧ : ସବୁବେଳେ ଫଳ ଏବଂ ପନିପରିବା ସ୍ୱାସ୍ଥ୍ୟପାଇଁ ଲାଭଦାୟକ ହାଇଥାଏ ବୋଲି ଆମେ ଜାଣିଥାଉ କିନ୍ତୁ ଫୁଲଦ୍ୱାରା ସ୍ୱାସ୍ଥ୍ୟକୁ ଲାଭ ମିଳିବା ଖୁବ୍ କମ୍ ଶୁଣାଯାଇଥାଏ । ଫୁଲ ମଧ୍ୟ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୁର କରିଥାଏ । ତେବେ ଆସନ୍ତୁ ଜାଣିବା ଗୋଲାପ ଫୁଲରୁ ମିଳୁଥିବା କିଛି ଳାଭ…ଗୋଲାପ ପାଖୁଡାର ପ୍ରୟୋଗ ଦ୍ୱାରା ଚର୍ମ ସମ୍ବନ୍ଧିତ ବିଭିନ୍ନ ରୋଗକୁ ଦୂର କରାଯାଇଥାଏ । ଗୋଲାପ ପାଖୁଡା ଗୁଡିକ ଚର୍ମକୁ ଥଣ୍ଡା ରଖିବା ସହିତ, ଏଥିରୁ ପ୍ରସ୍ତୁତ ଗୁଲକନ୍ଦ ହଜମ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଛାତି ପୋଡିବା, ବାନ୍ତି, ଗଳା ପୋଡିବା ଭଳି ରୋଗରେ ମଧ୍ୟ ଗୋଲାପ ଫୁଲର ରସ ଅମୃତ ଭାବରେ କାମ କରିଥାଏ ।
-ଶରୀର କୁଣ୍ଡାଇ ହେଉଥିଲେ ଗୋଲାପର ରସ ଲେମ୍ବୁ ରସ ସହିତ ମିଶାଇ ଲଗାଇବା ଦ୍ୱାରା କୁଣ୍ଡାଇ ହେବା ଠିକ୍ ହୋଇଯାଇଥାଏ ।-ଗୋଲାପ ଜଳରେ ୧କପ୍ କମଳା ରସ, ୧/୪ ଚୂନ ପାଣି ମିଶାଇ ଏହି ମିଶ୍ରଣକୁ 2 ଥର ପିଇବା ଦ୍ୱାରା ବାନ୍ତି, ଗଳା ପୋଡିବା ଏବଂ ହୃଦଘାତ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।

Exit mobile version