ଜୀବନମନ୍ତ୍ରରୂପସଜ୍ଜାସ୍ୱାସ୍ଥ୍ୟ

ଚର୍ମ ଏବଂ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର କରିଥାଏ ଗୋଲାପ ପାଖୁଡା

ସତ୍ୟଶିଖା (ଭୁବନେଶ୍ୱର) ୦୯/୦୨/୨୦୨୧ : ସବୁବେଳେ ଫଳ ଏବଂ ପନିପରିବା ସ୍ୱାସ୍ଥ୍ୟପାଇଁ ଲାଭଦାୟକ ହାଇଥାଏ ବୋଲି ଆମେ ଜାଣିଥାଉ କିନ୍ତୁ ଫୁଲଦ୍ୱାରା ସ୍ୱାସ୍ଥ୍ୟକୁ ଲାଭ ମିଳିବା ଖୁବ୍ କମ୍ ଶୁଣାଯାଇଥାଏ । ଫୁଲ ମଧ୍ୟ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୁର କରିଥାଏ । ତେବେ ଆସନ୍ତୁ ଜାଣିବା ଗୋଲାପ ଫୁଲରୁ ମିଳୁଥିବା କିଛି ଳାଭ…ଗୋଲାପ ପାଖୁଡାର ପ୍ରୟୋଗ ଦ୍ୱାରା ଚର୍ମ ସମ୍ବନ୍ଧିତ ବିଭିନ୍ନ ରୋଗକୁ ଦୂର କରାଯାଇଥାଏ । ଗୋଲାପ ପାଖୁଡା ଗୁଡିକ ଚର୍ମକୁ ଥଣ୍ଡା ରଖିବା ସହିତ, ଏଥିରୁ ପ୍ରସ୍ତୁତ ଗୁଲକନ୍ଦ ହଜମ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଛାତି ପୋଡିବା, ବାନ୍ତି, ଗଳା ପୋଡିବା ଭଳି ରୋଗରେ ମଧ୍ୟ ଗୋଲାପ ଫୁଲର ରସ ଅମୃତ ଭାବରେ କାମ କରିଥାଏ ।
-ଶରୀର କୁଣ୍ଡାଇ ହେଉଥିଲେ ଗୋଲାପର ରସ ଲେମ୍ବୁ ରସ ସହିତ ମିଶାଇ ଲଗାଇବା ଦ୍ୱାରା କୁଣ୍ଡାଇ ହେବା ଠିକ୍ ହୋଇଯାଇଥାଏ ।-ଗୋଲାପ ଜଳରେ ୧କପ୍ କମଳା ରସ, ୧/୪ ଚୂନ ପାଣି ମିଶାଇ ଏହି ମିଶ୍ରଣକୁ 2 ଥର ପିଇବା ଦ୍ୱାରା ବାନ୍ତି, ଗଳା ପୋଡିବା ଏବଂ ହୃଦଘାତ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।

  • ଯେଉଁ ମାନଙ୍କର ହଜମ ସମ୍ବନ୍ଧୀୟ ସମସ୍ୟା ରହିଥାଏ ସେମାନେ ଖାଦ୍ୟ ଖାଇ ସାରିବାପରେ ଗୁଲକନ୍ଦ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଠିକ୍ ହୋଇଥାଏ ।
    -କାନ ଯନ୍ତ୍ରଣା ହେଉଥିଲେ ଗୋଲାପ ପାଖୁଡାର ରସକୁ କିଛି ବୁନ୍ଦା ପକାଇବା ଦ୍ୱାରା ଆରାମ ମିଳିଥାଏ ।
    -ଗୋଲାପ ଫୁଲ, ଲବଙ୍ଗ, ଚିନି ଏବଂ ଗୋଲାପ ଜଳର ବୁନ୍ଦା ମିଶାଇ ଟାବଲେଟ୍ ପ୍ରସ୍ତୁତ କରନ୍ତୁ । ଯଦି ପାଟିରୁ ଦୁର୍ଗନ୍ଧ ଆସୁଥାଏ , ତେବେ ଏହାକୁ ଖାଇବା ଦ୍ୱାରା ପାଟିର ଗନ୍ଧ ଦୂର ହୋଇଥାଏ ।
  • ଶରୀର ପୋଡା ହେଉଥିଲେ ଗୋଲାପ ଜଳ ଏବଂ ଚନ୍ଦନକୁ ମିଶାଇ ପୋଡା ହେଉଥିବା ସ୍ଥାନରେ ଲଗାଇବା ଦ୍ୱାରା ଆରାମ ମିଳିଥାଏ ।
    -ମୁଣ୍ଡ ବିନ୍ଧା ହେଉଥିଲେ ଧଳା ଚନ୍ଦନ ରେ କର୍ପୁର ଏବଂ ଗୋଲାପ ଜଳ ମିଶାଇ ମଥାରେ ଲଗାଇବା ଦ୍ୱାରା ମୁଣ୍ଡ ବିନ୍ଧା କମିଯାଇଥାଏ ।
    -ଅତ୍ୟଧିକ ଗରମ ହେବା କିମ୍ବା ଗରମରେ ଏଲର୍ଜୀ ହେଉଥିଲେ ୧୦ଗ୍ରାମ୍ ଗୋଲାପ ପାଖୁଡା, ୫ଟି ଅଳେଇଚ ଏବଂ ଗୋଲମରିଚ,୧୦ଗ୍ରାମ୍ ମିଶ୍ରିକୁ ମିଶ୍ରଣ କରି ଏହାକୁ ପେଷି ପ୍ରତ୍ୟେକ ୪ଘଣ୍ଟାରେ ପାଣିସହ ମିଶାଇ ପିଅନ୍ତୁ , ଆରାମ ମିଳିବ ।
Show More
Back to top button