ସତ୍ୟଶିଖା (ନୂଆଦିଲ୍ଲୀ) ୦୩/୧୦/୨୦୨୦ : କେନ୍ଦ୍ର ସରକାରଙ୍କ ଋଣ କରିଥିବା ଲୋକଙ୍କୁ ଆଶ୍ବସ୍ତି ଦେବାକୁ ଘୋଷଣା କରିଛନ୍ତି । ସରକାର ସୁପ୍ରିମକୋର୍ଟରେ ଆଫିଡେଭିଟ୍ ଦାଖଲ କରି କହିଛନ୍ତି ଯେ ଏମଏସଏମଇ ଋଣ, ଶିକ୍ଷା, ଶିକ୍ଷା, ଗୃହ, ଉପଭୋକ୍ତା, ଅଟୋ, କ୍ରେଡିଟ୍ କାର୍ଡ ଦେୟ ଏବଂ ଉପଭୋକ୍ତା ଋଣ ଉପରେ ଲାଗୁ ହୋଇଥିବା ଚକ୍ରବୁଦ୍ଧି ସୁଧ ଛାଡ କରାଯିବ। ସରକାରଙ୍କ ଅନୁଯାୟୀ ୬ ମାସର ଲୋନ ମୋରେଟୋରିୟମ ସମୟରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣର ସୁଧ ଉପରେ ସୁଧ ଛାଡ କରାଯିବ । କେନ୍ଦ୍ର କହିଛି ଯେ କରୋନା ଭାଇରସ ମହାମାରୀ ସ୍ଥିତିରେ ସୁଧ ଛାଡ ଭାର ସରକାର ବହନ କରନ୍ତୁ କେବଳ ଏହା ହିଁ ସମାଧାନ । ଏହାସହ କେନ୍ଦ୍ର ସରକାର ଆହୁରି କହିଛନ୍ତି ଯେ ଉପଯୁକ୍ତ ଅନୁଦାନ ପାଇଁ ସଂସଦରୁ ଅନୁମତି ନିଆଯିବ । କରୋନା ସଂକ୍ରମଣ ଯୋଗୁଁ ମାର୍ଚ୍ଚ ଶେଷରୁ ଜୁଲାଇ ମାସ ଯାଏଁ ସାରା ଦେଶରେ ଲକଡାଉନ ଜାରି କରାଯାଇଥିଲା । ଲକଡାଉନ ଯୋଗୁଁ ଲୋକଙ୍କ କାମଧନ୍ଦା ବନ୍ଦ ରହିଥିଲା । ଫଳରେ ଅଧିକାଂଶ ଲୋକ E.M.I ଶୁଝିବା ସ୍ଥିତିରେ ନଥିଲେ । ସେଥିପାଇଁ ଆରବିଆଇ ୬ ମାସ ଯାଏଁ E.M.I ନ ସୁଝିବାକୁ ଆଦେଶ ଦେଇଥିଲା ।
ଲୋନ୍ ମୋରେଟୋରିୟମ୍କୁ ନେଇ ଆଶ୍ବସ୍ତି: ଦେବାକୁ ହେବନି ସୁଧ ଉପରେ ସୁଧ l
