ସତ୍ୟଶିଖା (ନୂଆଦିଲ୍ଲୀ) ୦୧/୧୨/୨୦୨୦ : ରିଫାଇନ୍ ଓ ସୋରିଷ ତେଲ ଦାମ୍ ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ଗତ ଦୁଇ ମାସରେ ତେଲ ଦାମ ୫୦ ରୁ ୮୦ ପ୍ରତିଶତ ବୃଦ୍ଧି ପାଇଛି । ପନିପରିବା ଓ ଡାଲି ସହ ଖାଇବା ତେଲ ଦାମ୍ ବୃଦ୍ଧି ଯୋଗୁଁ ରୋଷେଇ ବଜେଟ ବିଗିଡି ଯାଇଛି । କିଛି ଦିନ ପୂର୍ବରୁ କେନ୍ଦ୍ର ସରକାର ପାମ ଅଏଲ ଆମଦାନୀ ଶୁଳ୍କ ୧୦ ପ୍ରତିଶତ କମ୍ କରିଥିଲେ । ବିଦେଶରେ ପାଣିପାଗ ଖରାପ ହେବା ଯୋଗୁଁ ଫସଲ ନଷ୍ଟ ହେବାରୁ ଏବଂ ଦେଶରେ ସମ୍ମିଶ୍ରଣ ବନ୍ଦ ହେବା କାରଣରୁ ତେଲ ଦାମ୍ ବୃଦ୍ଧି ପାଇଛି ।
ସୂର୍ଯ୍ୟମୁଖୀ ତେଲ ୧୫୦୦ ରୁ ୧୯୫୦ ଟଙ୍କା ହୋଇଛି । ସୋରିଷ ତେଲ ଟିଣ ୧୭୫୦ ରୁ ୨୨୫୦ ଟଙ୍କା ହୋଇଥିବାବେଳେ ବାଦାମ ତେଲ ୧୭୫୦ ରୁ ୨୨୦୦ ଟଙ୍କା ହୋଇଛି । ଏକ ଲିଟର ପାମ ତେଲ ପ୍ୟାକେଟ ୭୫ ରୁ ୧୧୦ ଟଙ୍କା ହୋଇଥିବାବେଳେ ଏକ ଲିଟର ସୂର୍ଯ୍ୟମୁଖୀ ତେଲ ପ୍ୟାକେଟ ୯୮ ରୁ ୧୩୦ ଟଙ୍କା ହୋଇଛି । ଏକ ଲିଟର ସୋରିଷ ତେଲ ପ୍ୟାକେଟ ୧୧୦ ରୁ ୧୫୦ ଟଙ୍କାକୁ ବୃଦ୍ଧି ପାଇଛି । କିଛି ଖାସ ବ୍ରାଣ୍ଡର ତେଲ ଲିଟର ପ୍ରତି ୧୯୦ ଟଙ୍କାରେ ବିକ୍ରି ହେଉଛି । ବାଦାମ ତେଲ ଲିଟର ପ୍ରତି ୧୧୦ ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି ।