ଧର୍ମପର୍ଯ୍ୟଟନରାଜ୍ୟ

ଆଜିଠାରୁ ପୁରୀବାସୀଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର

ସତ୍ୟଶିଖା(ପୁରୀ ) ୧୬.୦୮ .୨୦୨୧ : ଆଜିଠାରୁ ପୁରୀବାସୀଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର। ଆଜି ସକାଳେ ଶ୍ରୀମନ୍ଦିରର ପହଡ଼ ଖୋଲିଥିଲା। ଏହାପରେ ଯଥା ସମୟରେ ମଙ୍ଗଳ ଆଳତି ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ସକାଳ ୭ଟା ସମୟରେ ପୁରୀବାସୀଙ୍କ ପରିବାରବର୍ଗ ଶ୍ରୀଜୀଉଙ୍କର ଦର୍ଶନ କରୁଛନ୍ତି। ପୁରୀବାସୀଙ୍କ ପରିବାର ସଦସ୍ୟ ନିଜର ପରିଚୟପତ୍ର ଦେଖାଇ ମନ୍ଦିରକୁ ପ୍ରବେଶ କରିଛନ୍ତି।ସେମାନଙ୍କୁ ମୁହଁରେ ମାସ୍କ ଓ ଅନ୍ୟ କରୋନା ଗାଇଡଲାଇନ୍ ମାନିବାକୁ କୁହାଯାଇଛି। ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ବୋଳ ହୋଇଉଠିଛନ୍ତି ଅଧିକାଂଶ ଭକ୍ତ। କରୋନା କଟକଣା ଭିତରେ ଆଜି ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଏହି ଦର୍ଶନ ପ୍ରକ୍ରିୟା ଚାଲିବ। ଏଣେ ଅଗଷ୍ଟ ୨୩ ତାରିଖରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ପ୍ରତିଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ୧୨ ଘଣ୍ଟା ଖୋଲା ରହିବ। ଅଗଷ୍ଟ ୩୦ ତାରିଖ ଜନ୍ମାଷ୍ଟମୀ ଓ ସେପ୍ଟେମ୍ବର ୧୦ ତାରିଖ ଗଣେଶ ପୂଜାରେ ଶ୍ରୀମନ୍ଦିର ବନ୍ଦ ରହିବ।

Show More
Back to top button