
ସତ୍ୟଶିଖା (ନୂଆଦିଲ୍ଲୀ) ୨୧/୧୦/୨୦୨୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । କୋଭିଡ ନିୟମ ପାଳନ କରିବା ଓ ସତର୍କ ରହିବାକୁ ମୋଦି ଅନୁରୋଧ କରିଥିଲେ। ତେବେ ଏବେ ମହାମାରୀ ସମସ୍ୟା ସହ ୟୁଟ୍ୟବ ଚାନେଲ ମଧ୍ୟ ପିଏମ ମୋଦି ଓ ବିଜେପି ପାଇଁ ଚିନ୍ତାର କାରଣ ହୋଇଛି ।ଭାରତୀୟ ଜନତା ପାର୍ଟିର ଅଫସିଆଲ ୟୁଟ୍ୟୁବ ଚାନେଲରେ ଗତକାଲି ସନ୍ଧ୍ୟା ୬ଟାରେ ମୋଦିଙ୍କ ଭାଷଣ ପ୍ରସାରିତ ହୋଇଥିଲା । ମାତ୍ର ୟୁଜରଙ୍କ ଅଭିଯୋଗ ଅନୁସାରେ ଭିଡ଼ିଓ ଉପରେ ଲାଇକ ତୁଳନାରେ ଡିଜଲାଇ ଅଧିକ ମିଳିଲା । ଏହାର ତୁରନ୍ତ ପରେ ଲାଇକ-ଡିସଲାଇକ ଅପସନ ବନ୍ଦ କରି ଦିଆଗଲା । ଏହା ସହ ଟ୍ବିଟରରେ ଏହି ମାମଲା ଟ୍ରେଣ୍ଡ କରିବାରେ ଲାଗିଲା ।
ପିଏମଙ୍କ ସମ୍ବୋଧନ ଥିଲା ୧୨ ମିନିଟ ପର୍ଯ୍ୟନ୍ତ । ଏହାର ଲାଇଭ ପ୍ରସାରଣ ଭିଡିଓରେ ଦ୍ରୁତ ଭାବେ ଡିସଲାଇକ ଦେଖିବାକୁ ମିଳିବାରୁ ଏହାର ଅପସନ ହଟାଇ ଦିଆଗଲା । ଏହା ପରେ ଭାଷଣର ତିନିଟି ଅନ୍ୟ କ୍ଲିପ୍ସକୁ ଅପଲୋଡ କରାଗଲା ସେଥିରେ ମଧ୍ୟ ଡିଜଲାଇକ ଅଧିକ ମିଳିଲା । ସୂଚନାଯୋଗ୍ୟ ଅଗଷ୍ଟ ୩୦ରେ ‘ମନ କି ବାତ କାର୍ଯ୍ୟକ୍ରମ’ କୁ ଲାଇକରୁ ଅଧିକ ଡିଜଲାଇକ ମିଳିଥିଲା ଯାହା ଦେଶରେ ଚର୍ଚାର ପ୍ରସଙ୍ଗ ହୋଇଥିଲା ।