ରାଜ୍ୟ
ଖଟି କରୁଥିଲେ, ୫,୦୦୦ ତଣ୍ଡ ଗଣିଲେ


ଭୁବନେଶ୍ୱର (ସତ୍ୟଶିଖା): କରୋନା ନିୟମକୁ ଫୁ କରି ଓମଫେଡ୍ ବୁଥରେ ବସି ଚା’ ପିଇ ଗୁଲି ଗପ କରିବା ମହଙ୍ଗା ପଡ଼ିଲା। ପୁଲିସ ଚଢ଼ଉ କରି ୫୦୦୦ ହଜାର ଟଙ୍କା ଜୋରିମାନା କଲା। ଏଭଳି ଘଟଣା ଘଟିଛି ଖୋଦ ରାଜଧାନୀରେ।
ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ କିଛି ଲୋକ ଓମଫେଡ୍ ବୁଥ୍ ନିକଟରେ ବସି ଖଟି କରୁଥିଲେ। ଏହି ସମୟରେ କମିଶନରେଟ୍ ପୁଲିସ୍ ଚଢ଼ଉ କରିଥିଲା। କରୋନା ଗାଇଡଲାଇନ୍ ନ ମାନି ଖଟି କରୁଥିବାରୁ ପୁଲିସ୍ ୧୨ ଜଣଙ୍କ ପାଖରୁ ୫ ହଜାର ଟଙ୍କା ଫାଇନ୍ ଆଦାୟ କରିଥିଲା।
ସୂଚନାଯୋଗ୍ୟ, ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବାରୁ ଲୋକମାନଙ୍କୁ ସାମାଜିକ ଦୂରତା ରଖିବା ସହ ମାସ୍କ ପିନ୍ଧିବା ପାଇଁ କୁହାଯାଇଛି। କିଛି ଲୋକ ଏହି ନିୟମକୁ ମାନୁଥିବା ବେଳେ ଆଉ କିଛି ଲୋକ ଏହି ନିୟମକୁ ମାନୁ ନାହାନ୍ତି।
The post ଖଟି କରୁଥିଲେ, ୫,୦୦୦ ତଣ୍ଡ ଗଣିଲେ appeared first on satyasikha.
[ad_2]