Uncategorizedରାଜ୍ୟଶିକ୍ଷା
କମିବ ନବମ ଓ ଦଶମର ସିଲାବସ


ସତ୍ୟଶିଖା(ଭୁବନେଶ୍ୱର) ୨୩ ୦୬.୨୦୨୧: କମିବ ନବମ ଓ ଦଶମର ସିଲାବସ । ନବମ ଓ ଦଶମ ଶ୍ରେଣୀର 30 ପ୍ରତିଶତ ସିଲାବସ୍ କମାଇ ଦିଆଯିବ । କୋରୋନା ମହାମାରୀ ପାଇଁ ରାଜ୍ୟରେ ଅନଲାଇନରେ କ୍ଳାସ କରାଯାଉଛି । ଯାହା ସମସ୍ତଙ୍କ ପକ୍ଷରେ ସମ୍ଭବପର ହେଉନାହିଁ । ଅନେକ ପିଲାମାନେ ଉପାନ୍ତ ଅଞ୍ଚଳରେ ରହୁଛନ୍ତି । ସେମାନେ ମୋବାଇଲରେ ଅନଲାଇନରେ ପାଠ ପଢିବା ସମ୍ଭବ ନୁହେଁ । ତେବେ ଚଳିତ ବର୍ଷ ସିଲାବସ କମାଇବା ପାଇଁ ନିଷ୍ପତ୍ତି ହୋଇଛି । ଅନ୍ୟପଟେ କୋରୋନା ମହାମାରୀ କମିବା ସହ ଏଯାଏଁ ସ୍କୁଲ ଖୋଲିବ ଅନେଇ କୌଣସି ନିଷ୍ପତ୍ତି ହୋଇ ନଥିବା ବେଳେ ବର୍ତ୍ତମାନ ଅନଲାଇନରେ ପାଠପଢ଼ାଯାଉଛି ।