ଦେଶନ୍ୟୁଜ୍ସ୍ୱାସ୍ଥ୍ୟ

୨୪ ଘଣ୍ଟାରେ ଦେଶରେ ୬୮୨୨ କରୋନା ପଜିଟିଭ ଚିହ୍ନଟ, ୨୨୦ ଆକ୍ରାନ୍ତ ମୃତ

ସତ୍ୟଶିଖା(ନୂଆଦିଲ୍ଲୀ) ୦୭ .୧୨.୨୦୨୧: ଦେଶରେ କରୋନା ସଂକ୍ରମଣ ମାମଲା ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ହେଲେ ମୃତ୍ୟୁ ସଂଖ୍ୟାରେ ଲାଗିପାରୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ ପରେ ଦୈନିକ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ତଳକୁ ଖସିଛି । ଯାହା କି ଦେଶବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର ଅଟେ ।

ଏହାରି ଭିତରେ ଗତ ୨୪ ଘଣ୍ଟାରେ ଦେଶରେ ୧୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୨୦ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ୨୪ ଘଣ୍ଟାରେ ୬୮୨୨ କରୋନା ଆ କ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୦ ଉପରେ ରହିଛି ।

ସୂଚନା ଅନୁସାରେ, ବର୍ତ୍ତମାନ ଦେଶରେ ପ୍ରାୟ ୩୬ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୯୫୦୧୪ ଆକ୍ଟିଭ କେସ ରହିଥିବା ବେଳେ ୩୪୦୭୯୬୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାବ୍ୟତୀତ ୪୭୩୭୫୭ ସଂକ୍ରାମିତ ପ୍ରାଣ ହରାଇଥିବା ଜଣାପଡିଛି ।

Show More
Back to top button