ଦେଶନ୍ୟୁଜ୍ବିଦେଶସ୍ପେଶାଲ୍ ରିପୋର୍ଟ

ମାତ୍ର ୨୦୦୦ଟଙ୍କାରେ କିଣନ୍ତୁ ଡାଇମଣ୍ଡ ଜୁଏଲାରୀ ଧନତେରାସ ରେ

ସତ୍ୟଶିଖା (ନୂଆଦିଲ୍ଲୀ) ୧୩/୧୧/୨୦୨୦ : ଜେମ୍ ଆଣ୍ଡ ଜୁଏଲାରୀ ଏକ୍ସପୋର୍ଟ କାଉନସିଲର ଚେୟାରମ୍ୟାନ୍ କହିଛନ୍ତି ଯେ ମହାମାରୀ ଏବଂ ଆର୍ଥିକ ଅନିଶ୍ଚିତତା ସତ୍ବେ ଧନତେରାସ ସମୟରେ ଡାଇମଣ୍ଡ ଜୁଏଲାରୀ ର ଚାହିଦା ବଢ଼ିବାର ସମ୍ଭାବନା ରହିଛି । ସେ କହିଛନ୍ତି ଯେ ଏଥର ୧୦ହଜାର ଟଙ୍କାରୁ ୨୦ହଜାର ଟଙ୍କାର ରେଞ୍ଜରେ ଲୋ ପ୍ରାଇସ୍ ଡାଇମଣ୍ଡ ଜୁଏଲାରୀ ପ୍ରବଳ ମାତ୍ରାରେ ବିକ୍ରି ହେବାର ଆଶା ରହିଛି ।କରୋନା ମହାମାରୀ ଯୋଗୁଁ ଲୋକଙ୍କ ଖର୍ଚ୍ଚରେ ହ୍ରାସ ଆସିଛି । ଯାହା ଫଳରେ ଲୋକେ ସୁନା ଏବଂ ହୀରାରେ ନିବେଶ କରିବାକୁ ପସନ୍ଦ କରୁଛନ୍ତି । ସେହିପରି ଦୁର୍ଗାପୂଜା ଏବଂ ନବରାତ୍ରିରେ ବଜାରରେ ହୋଇଥିବା ବିକ୍ରିରୁ ପୁଣି ଥରେ ବଜାର ଉତ୍ସବମୁଖର ହୋଇଛି । ଏପରି କ୍ଷେତ୍ରରେ ଧନତେରାସ-ଦୀପାବଳିରେ ଖାସ୍ ବିକ୍ରି ହେବାର ଆଶା କରାଯାଉଛି ।

ସେହିପରି ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ପୂର୍ବରୁ ହିଁ ଇଣ୍ଟେରେଷ୍ଟ-ଫ୍ରି ଇଏମଆଇ ଅପ୍ସନ୍ ଆରମ୍ଭ କରି ଦେଇଛି । ଏହା ୧୯୯୯ଟଙ୍କାରୁ ଆରମ୍ଭ ହୋଇଥାଏ । କମ୍ପାନୀ ଡାଇମଣ୍ଡ ଜୁଏଲାରୀ କିଣାରେ ଫ୍ରି ଇନସ୍ୟୁରାନ୍ସ ମଧ୍ୟ ଦେଉଛି।ଗ୍ରାହକଙ୍କଠୁ ଜିରୋ ଇଣ୍ଟେରେଷ୍ଟ୍ ଏବଂ ଜିରୋ ପ୍ରୋସେସିଂ ଫିସ୍ ଚାର୍ଜ କରାଯିବ । ରିଜର୍ଭ ବ୍ୟାଙ୍କର ନିୟମକୁ ଧ୍ୟାନରେ ରଖି ଇଏମଆଇର ବିକଳ୍ପ ଦିଆଯିବ ।

Show More
Back to top button