ନ୍ୟୁଜ୍ରାଜ୍ୟ

ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଲା ଓଏସ୍‌ଆର୍‌ଟିସି ବସ୍ l

ସତ୍ୟଶିଖା : ୨୨/୦୨/୨୦୨୫ : ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା OSRTC ବସ୍, ୨୦ ଆହତ lସୁନ୍ଦରଗଡ ଜିଲ୍ଲା ଲହୁଣିପଡା ଥାନା ମୁଚୁରିନାଳ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଯାଇଛି ଏବଂ ପରେ ଓଲଟିପଡିଛି। ଏଥିରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତ ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ରାଉରକେଲା ଆଇଜିଏଚ୍‌ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ବସ୍‌ରେ ୫୦ ରୁ ଅଧିକ ଯାତ୍ରୀ ଥିବାବେଳେ ବସ୍‌ଟି ପୁରୀ ଅଭିମୁଖେ ଆସୁଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି। ଖବର ମୁତାବକ ଓଏସ୍‌ଆର୍‌ଟିସି ବସଟି ସୁନ୍ଦରଗଡ଼ରୁ ପୁରୀକୁ ଯାଉଥିଲା।

Show More
Back to top button