ରାଜ୍ୟ

ଷ୍ଟେସନ୍‌ରେ ୩୦୦ ପ୍ରବାସୀଙ୍କ ପାଇଁ ଆୟୋଜନ ହୋଇଥିଲା, ଓହ୍ଲାଇଲେ ୫୯

ରାଉରକେଲା(ପବନ ତିୱାରୀ/ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଷ୍ଟେସନ୍‌ରେ ପହଞ୍ଚିଲା ସ୍ୱତନ୍ତ୍ର ପ୍ରବାସୀ ଟ୍ରେନ୍‌। ଏହି ଟ୍ରେନ୍‌ରେ ୩୦୦ ଜଣ ପ୍ରବାସୀ ଆସିବାର ଥିଲା। ଯାହାକୁ ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ଜବରଦସ୍ତ ସୁରକ୍ଷା ବ୍ୟବସ୍ଥା କରିଥିଲା। ଆଜି ମଧ୍ୟାହ୍ନରୁ ରାତି ୧୨ଟା ପର୍ଯ୍ୟନ୍ତ ଷ୍ଟେସନ୍‌ ଆଖପାଖ ଅଞ୍ଚଳରେ ପ୍ରଶାସନ ୧୪୪ ଧାରା ଜାରି କରିଥିଲା। ମାତ୍ର ଷ୍ଟେସନ୍‌ରେ ଟ୍ରେନ୍‌ ପହଞ୍ଚିବା ପରେ ସେଥିରୁ ମାତ୍ର ୫୬ ଜଣ ପ୍ରବାସୀ ଓହ୍ଲାଇଲେ।

ପଶ୍ଚିମ ଓଡ଼ିଶାରୁ ବହୁ ଶ୍ରମିକ ତାମିଲନାଡୁ ରାଜ୍ୟକୁ କାମ କରିବାକୁ ଯାଇଥିଲେ। ମାତ୍ର ଲକ୍‌ଡାଉନ୍‌ ପାଇଁ ସେମାନେ ଘରକୁ ଫେରିପାରୁନଥିଲେ। ସେଠାରେ ନାନା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ରେଳ ବିଭାଗ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବାରୁ ସେମାନଙ୍କ ଆସିବା ରାସ୍ତା ଖୋଲିଛି। ତାମିଲନାଡୁରେ ଫସିଥିବା ୩୦୦ ପ୍ରବାସୀ ତିରୁଭିଲ୍ଲା ଷ୍ଟେସନ୍‌ରେ ଏକତ୍ର ହୋଇଥିଲେ। ସ୍ୱତନ୍ତ୍ର ପ୍ରବାସୀ ଟ୍ରେନ୍‌ ଆସିବା ପରେ ସେମାନେ ଚଢ଼ିଥିଲେ। ସେମାନେ ସମସ୍ତେ ରାଉରକେଲା ଷ୍ଟେସନ୍‌ରେ ଓହ୍ଲାଇବା ପାଇଁ ସ୍ଥିର ହୋଇଥିଲା। ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଜବରଦସ୍ତ ବନ୍ଦୋବସ୍ତ କରିଥିଲା। ଷ୍ଟେସନ୍‌ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଥିଲା।

ଆହୁରି ପଢ଼ନ୍ତୁ

ଆଜି ସନ୍ଧ୍ୟା ୬ଟା ବେଳେ ରାଉରକେଲା ଷ୍ଟେସନ୍‌ରେ ପ୍ରବାସୀ ଟ୍ରେନ୍‌ ପହଞ୍ଚିଥିଲା। ହେଲେ ୩୦୦ ବଦଳରେ ଟ୍ରେନ୍‌ରୁ ମାତ୍ର ୫୯ ଜଣ ଓହ୍ଲାଇଥିଲେ। ଷ୍ଟେସନ୍‌ ବାହାରେ ସମସ୍ତ ପ୍ରବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା। ପରେ ସେମାନଙ୍କୁ ସ୍ୱତନ୍ତ୍ର ବସ୍‌ରେ ସେମାନଙ୍କ ଗାଁକୁ ପଠାଇ ଦିଆଯାଇଛି। ଗାଁ କରାଯାଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ସେମାନଙ୍କୁ ରହିବାର ବ୍ୟବସ୍ଥା କରାଯାଇଛି। ତେବେ ଅନ୍ୟ ପ୍ରବାସୀମାନେ ବଲାଙ୍ଗିର, ରାୟଗଡ଼ା ଓ ଝାରସୁଗୁଡ଼ା ଷ୍ଟେସନ୍‌ରେ ଓହ୍ଲାଇଥିବା ଜଣାପଡ଼ିଛି।

ଏନେଇ ସୁନ୍ଦରଗଡ଼ ନିଖିଲ ପବନ କଲ୍ୟାଣ କହିଛନ୍ତି-“ରାଉରକେଲା ଷ୍ଟେସନ୍‌ରେ ୫୯ ଜଣ ପ୍ରବାସୀ ଓହ୍ଲାଇଛନ୍ତି। ଅନ୍ୟମାନେ ଅନ୍ୟ ଷ୍ଟେସନ୍‌ରେ ଓହ୍ଲାଇ ପଡ଼ିଛନ୍ତି।”

[ad_2]
Show More
Back to top button