ନ୍ୟୁଜ୍ରାଜ୍ୟସିନେମା

ଆରଆରଆର ଫିଲ୍ମକୁ ଓଡିଆ ସମ୍ମିଳନୀର ନିନ୍ଦା

ସତ୍ୟଶିଖା (କଟକ) ୨୯.୦୩.୨୦୨୨: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଆରଆରଆର  ଫିଲ୍ମରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ‘କୋଲକାତା ସୋଲେ’ ବୋଲି ଦର୍ଶାଯାଇଛି । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛି ବିଶ୍ୱ ଓଡିଆ ସମ୍ମିଳନୀ । ଚଳଚ୍ଚିତ୍ରକୁ ନିନ୍ଦା କରାଯିବା ସହ କେଉଁ ଆଧାରରେ ନିଦେ୍ର୍ଧଶକ ରାଜମୌଲି ନେତାଜୀଙ୍କୁ କୋଲକାତା ସୋଲେ ବୋଲି ଦର୍ଶାଇଛନ୍ତି ସେ ନେଇ ଅନୁଷ୍ଠାନ ପ୍ରଶ୍ନ ଉଠାଇଛି । ଏଭଳି ଚିତ୍ରଣ କରାଯାଇ ଓଡିଆଙ୍କ ସ୍ୱାଭିମାନ ସହିତ ଖେଳାଯାଇଛି । ବୋଲି ଅନୁଷ୍ଠାନର ସଭାପତି ଡ. ମୁରଲୀ ମନୋହର ଶର୍ମା କ୍ଷୋଭ ପ୍ରକାଶ କରିଛନ୍ତି ।

ପ୍ରତେକ ସ୍ୱାଭିମାନୀ ଓଡିଆ ଏବଂ ଓଡିଶାର ପ୍ରତିନିଧି ଏହାର ବିରୋଧ କରିବା ଦରକାର ବୋଲି ସେ କହିଛନ୍ତି । ତେଣୁ ଓଡିଶାର ଚଳଚ୍ଚିତ୍ର ସଂଗଠନ ଏବଂ ପ୍ରେକ୍ଷାଳୟ ସଂଗଠନ ଏହାକୁ ବିରୋଧ କରିବା ସହ ସରକାର ଏହି ଚଳଚ୍ଚିତ୍ରକୁ ସାରା ଓଡିଶାରେ ବାସନ୍ଦ କରିବା ଆବଶ୍ୟକ । ଏହାକୁ ନେଇ ବିଭିନ୍ନ ସାମାଜିକ ସଂଗଠନ ଏବଂ ବ୍ୟକ୍ତି ବିଶେଷ ଅସନ୍ତୋଷ ପ୍ରକାଶ କରିବା ସହ ଟ୍ୱିଟ୍ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Show More
Back to top button