
ସତ୍ୟଶିଖା (ଭୁବନେଶ୍ୱର) ୩୧/୧୨/୨୦୨୦ : ସାରା ରାଜ୍ୟରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ । ଆଜି ରାତି ୧୦ଟାରୁ ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ । ଏ ନେଇ ଟ୍ୱିଟ୍ କରି ସ୍ଵତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଏହି ସମୟରେ ସମସ୍ତ ଜରୁରୀକାଳୀନ ସୁବିଧା ଏବଂ ଗମନାଗମନ ଉପଲବ୍ଧ ରହିବ । ରାଜ୍ୟବାସୀଙ୍କୁ ସହଯୋଗ କରିବା ଲାଗି ମଧ୍ୟ ଏସଆରସି ଅନୁରୋଧ କରିଛନ୍ତି ।ରାତି ପାଲିଲେ ନୂଆବର୍ଷ । ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂଆବର୍ଷକୁ ସ୍ଵାଗତ କରିବାକୁ ଲୋକମାନେ ଅପେକ୍ଷା କରି ରହିଛନ୍ତି । ତେଣୁ ଆଜି ରାତିରେ ଜନ ସମାଗମ ହେବାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଜିରୋ ନାଇଟ୍ ସେଲିବ୍ରେସନ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏହାପରେ ମଧ୍ୟ ଜନ ସମାଗମକୁ ଦୃଷ୍ଟିରେ ରଖି ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ତେବେ ଏହି କର୍ଫ୍ୟୁ ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ । ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ନିୟୋଜିତ କରାଯିବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।