ଟିଭିମନୋରଞ୍ଜନ

କମେଡ଼ିଆନ ଭାରତୀ ସିଂହଙ୍କ ଘରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ

ସତ୍ୟଶିଖା (ମୁମ୍ବାଇ) ୨୧/୧୧/୨୦୨୦ : ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ କମେଡ଼ିଆନ୍ ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟରେ ଚଢ଼ାଉ କରିଛି । ଏଜେନ୍ସି ଦ୍ବାରା ଅନ୍ଧେରୀ,ଲୋଖଣ୍ଡଓ୍ବାଲା ଏବଂ ଭର୍ସୋଭା ସହିତ ୩ଟି ଅଲଗା ଅଲଗା ସ୍ଥାନରେ ଚଢ଼ାଉ କରାଯାଇଛି । ଯାଞ୍ଚ ଏଜେନ୍ସି ଏହାର ସୂଚନା ଦେଇଛି ।ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠୁ ସାମନାକୁ ଆସିଥିବା ଡ୍ରଗ୍ସ ଆଙ୍ଗଲରେ ଏନସିବି ଲଗାତାର ଚଢ଼ାଉ କରୁଛି । ଏହା ପୂର୍ବରୁ ଡ୍ରଗ୍ସ ମାମଲାରେ ଶୁକ୍ରବାର ଅର୍ଜୁନ ରାମପାଲ ଏନସିବି ଅଫିସ୍ ପହଞ୍ଚିଥିଲେ । ସେଠାରେ ତାଙ୍କୁ ଡ୍ରଗ୍ସ ମାମଲାରେ ଘଣ୍ଟା ଘଣ୍ଟା ଧରି ପଚରାଉଚୁରା ହୋଇଥିଲା । ଅର୍ଜୁନଙ୍କ ପୂର୍ବରୁ ତାଙ୍କ ଲିଭ ଇନ୍ ପାର୍ଟନର ଗାବ୍ରିଏଲାଙ୍କୁ ୨ ଦିନ ଯାଏଁ ପଚରାଉଚୁରା କରାଯାଇଥିଲା । ଏହା ପରେ କୋର୍ଟରେ ଅର୍ଜୁନ ରାମପାଲଙ୍କ ବନ୍ଧୁ ପାଲ ବରଟେଲଙ୍କୁ ହାଜର କରାଯାଇଥିଲା । ଏହା ପରେ ବରଟେଲଙ୍କୁ ନଭେମ୍ବର ୨୫ଯାଏଁ ବିଚାରବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଥିଲା ।

Show More
Back to top button