ଆସୁଛି ଆଉ ଏକ ଚନ୍ଦ୍ର ଗ୍ରହଣ

ସତ୍ୟଶିଖା (ଭୁବନେଶ୍ୱର) ୯/୧୧/୨୦୨୦ : ହିନ୍ଦୁ ପାଞ୍ଜି ଅନୁସାରେ ନଭେମ୍ବର ୩୦ ତାରିଖରେ ଚନ୍ଦ୍ର ଗ୍ରହଣ ଲାଗିବ । ଏହା ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଯୋଗୁଁ ଏହାର ମହତ୍ତ୍ୱ ରହିଛି । ଏହି ଚନ୍ଦ୍ର ଗ୍ରହଣରେ କିଛି କଥା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଓ ଆମେରିକାର କିଛି ଭାଗରେ ଦେଖାଦେବ ।
ଗ୍ରହଣ ସମୟରେ ସୂତକ ସମୟକୁ ଅଶୁଭ ବୋଲି କୁହାଯାଏ । ଯେତେବେଳେ ପୂର୍ଣ୍ଣ ଗ୍ରହଣ ଲାଗିଥାଏ ସେତେବେଳେ ସୂତକ ସମୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ଏହି ସମୟରେ ସବୁ ନିୟମ ପାଳନ କରିବା ଉଚିତ। ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ସୂତକ ସମୟ ଆରମ୍ଭ ହୋଇଥାଏ । ସୂତକ ସମୟରେ କୌଣସି ଶୁଭ କାର୍ଯ୍ୟ, ପୂଜାପାଠ ଆଦି କରାଯାଏ ନାହିଁ । ନଭେମ୍ବର ୩୦ ତାରିଖରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣକୁ ଏକ ଉପଛାୟା ଚନ୍ଦ୍ର ଗ୍ରହଣ ବୋଲି କୁହାଯାଉଛି । ଉପଛାୟା ଗ୍ରହଣ ହୋଇଥିବାରୁ ଏଥିରେ ସୂତକ ସମୟ ରହିବ ନାହିଁ । କିନ୍ତୁ କିଛି ମାମଲାରେ ସୂତକ ସମୟରେ ନିୟମ ପାଳନ କରିବାକୁ କୁହାଯାଇଥାଏ । କିନ୍ତୁ ଉପଛାୟା ଚନ୍ଦ୍ର ଗ୍ରହଣରେ ସୂତକ ନିୟମ ପାଳନ କରିବା ଅନିବାର୍ଯ୍ୟ ନୁହେଁ ।
ଚନ୍ଦ୍ର ଗ୍ରହଣ ତିଥି ଓ ସମୟ–
ଗ୍ରହଣ ଆରମ୍ଭ ସମୟ- ନଭେମ୍ବର ୩୦ ତାରିଖ ଅପରାହ୍ନ ୧.୦୪ ମିନିଟ
ଗ୍ରହଣ ମଧ୍ୟକାଳ- ଅପରାହ୍ନ ୩ଟା ୧୩ ମିନିଟ
ଗ୍ରହଣ ସମାପ୍ତ- ସନ୍ଧ୍ୟା ୫ଟା ୨୨ ମିନିଟ
ଗ୍ରହଣ ସମୟରେ କରନ୍ତୁନି ଏହିସବୁ କାମ–
ଚନ୍ଦ୍ର ଗ୍ରହଣ ସମୟରେ କିଛି ନିର୍ଦ୍ଦିଷ୍ଟ କାମ ନ କରିବାକୁ ବାରଣ କରାଯାଇଥାଏ । ଗ୍ରହଣ ସମୟରେ ଗର୍ଭବତୀ ମହିଳା ଭୋଜନ କରିବା ଉଚିତ ନୁହେଁ । ଏହି ସମୟରେ ଗର୍ଭବତୀ ମହିଳା ଘରୁ ବାହାରକୁ ବାହାରିବା ମନା । ଏହି ସମୟରେ କୌଣସି ଯାତ୍ରା ମଧ୍ୟ କରିବା ଉଚିତ ନୁହେଁ ।
ଗ୍ରହଣ ସମୟରେ ଏହିସବୁ ଦିଗ ପ୍ରତି ଦୃଷ୍ଟି ଦେବା ଉଚିତ–
ଚନ୍ଦ୍ର ଗ୍ରହଣ ସମୟରେ ଭଗବାନଙ୍କୁ ସ୍ମରଣ କରିବା ଉଚିତ । ଗ୍ରହଣ ସମୟରେ ଚନ୍ଦ୍ରମା ପୀଡିତ ଥାଆନ୍ତି । ସେଥିପାଇଁ ଗ୍ରହଣ ସମୟରେ ଏହିଭଳି ଉର୍ଜା ବାହାରିଥାଏ ଯାହା ଭୁଲ ପ୍ରଭାବ ପକାଇଥାଏ । ସେଥିପାଇଁ ଏହି ସମୟରେ ଘରେ ରହିବା ଉଚିତ ।