ନ୍ୟୁଜ୍ବାଣିଜ୍ୟ

ମୋଦି ଙ୍କ ନୂଆ ଯୋଜନା କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ !

ସତ୍ୟଶିଖା (ନୂଆଦିଲ୍ଲୀ) ୧୩/୧୧/୨୦୨୦ : କରୋନା ଭାଇରସ ମହାମାରୀ ଦେଶର ଆର୍ଥିକ ଅବସ୍ଥାକୁ ଗୁରୁତର ପ୍ରଭାବିତ କରିଛି । ଦିନଦିନ ଧରି ଦୋକାନ ବଜାର ବନ୍ଦ ରହିବା ଯୋଗୁ ଲୋକଙ୍କ ଜୀବନ ଓ ଜୀବିକା ପ୍ରଭାବିତ ହୋଇଛି । ଅନଲକ୍‌ ପରେ ବି ଅର୍ଥାଭାବ ଯୋଗୁ ଲୋକେ ବ୍ୟବସାୟ ଆରମ୍ଭ କରିପାରୁନାହାନ୍ତି । ଏଥିରେ  ସରକାର କ୍ଷୁଦ୍ର ବ୍ୟବସାୟୀଙ୍କ ସହାୟତା ଲାଗି ହାତ ବଢାଇଛନ୍ତି ।

କାରବାର ପୁଣି ଆରମ୍ଭ କରିବାକୁ, ଅଥବା ପୁରୁଣା ବ୍ୟବସାୟକୁ ଗତି ଦେବା ଲାଗି ସରକାର ଅନେକ ପୂର୍ବରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣଦାନର ବ୍ୟବସ୍ଥା କରିଛନ୍ତି । ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଏପରି ବ୍ୟବସାୟୀ ଋଣ ନେଇ ପୁଣି ପୂର୍ବ ପରି ନିଜର କାରବାର କରିପାରିବେ । ମୁଦ୍ରା ଯୋଜନାରେ ଋଣ ସମସ୍ତ ବ୍ୟାଙ୍କ ଓ ମାଇକ୍ରୋ ଫାଇନାନ୍ସରୁ ମିଳିପାରୁଛି । ଶିଶୁ, କିଶୋର ଓ ତରୁଣ ଲୋନ ସ୍କିମରେ ବ୍ୟବସାୟୀ ଋଣ ନେଇ ପୁଣି କାରବାରକୁ ଗତି ଦେଇପାରିବେ ।

ଶିଶୁ ଋଣ ଯୋଜନାରେ ଛୋଟମୋଟ କାରବାର ଲାଗି ବ୍ୟାଙ୍କମାନେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେଉଥିବା ବେଳେ କିଶୋର ଯୋଜନାରେ ସର୍ବାଧିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରୁଛି । ସ୍ୱଳ୍ପ ସୁଧହାରରେ ଯୋହି ସବୁ ଯୋଜନାରେ ଋଣ ମିଳିପାରୁଥିବା ବେଳେ ଋଣ ସୁଝିବା ଲାଗି ମଧ୍ୟ ଦୀର୍ଘ ଅବଧି ମିଳୁଛି । ଏଣୁ କୌଭିଡ-୧୯ରେ ବୃତ୍ତି ହରାଇଥିଲେ ଅଥବା ବ୍ୟବସାୟ ବୁଡି ଯାଇଥିଲେ ମୁଦ୍ରା ଋଣ ଯୋଜନାର ବ୍ୟବସାୟୀମାନେ ଲାଭ ନେଇପାରିବେ ।

Show More
Back to top button