ଜୀବନମନ୍ତ୍ରମନୋରଞ୍ଜନସିନେମାସ୍ୱାସ୍ଥ୍ୟ

ଶିଳ୍ପାଙ୍କ ଡ୍ରିଙ୍କ୍‌ସରେ ରହିଛି ପେଟ ଯନ୍ତ୍ରଣାର ଔଷଧ

ସତ୍ୟଶିଖା ୧୬/୦୨/୧୦୨୧ : ଶିଳ୍ପା ସେଟ୍ଟୀ ବଲିଉଡର ଜଣେ ଫିଟ୍ ଅଭିନେତ୍ରୀ । ସେ ପ୍ରାୟତଃ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଟନେସ୍, ଯୋଗ ଏବଂ ରେସିପି ସେୟାର କରଥାନ୍ତି । ନିକଟରେ ସେ ତାଙ୍କ ଇନଷ୍ଟା ଆକାଉଣ୍ଟରେ ଏକ ରେସିପି ସେୟାର କରିଛନ୍ତି, ଯାହା ପେଟ ଜନିତ ସମସ୍ୟା ଦୁର କରିବା ସହିତ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ମଧ୍ୟ ଦୂର କରିବ ବୋଲି ଯୁକ୍ତି ରଖିଛନ୍ତି ଶିଳ୍ପା ସେଟ୍ଟୀ । ଏହି ରେସିପି ସେୟାର କରି ଶିଳ୍ପା ସେଟ୍ଟୀ ଲେଖିଛନ୍ତି ଯେ, ଖରାପ ଖାଦ୍ୟ ଖାଇବା ଦ୍ୱାରା ଏସିଡିଟି ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଦେଇଥାଏ । ଏପରି ପରିସ୍ଥିତିରେ ଆପଣ ଜୁଆଣୀ, ଜିରା ଏବଂ ପାନମଧୁରୀ ଦ୍ୱାରା ତିଆରି ପାନୀୟ ପିଇବା ଫଳରେ ପେଟ ଜନିତ ସମସ୍ୟା ଦୂର ହୋଇଥାଏ ।

ପ୍ରସ୍ତୁତ ପ୍ରଣାଳୀ :
ଏହି ପାନୀୟ ତିଆରି କରିବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ ନାହିଁ । ଏଥିପାଇଁ ସମାନ ପରିମାଣରେ ପାନମଧିରୀ, ଜିରା ଏବଂ ଜୁଆଣୀକୁ ଭାଜନ୍ତୁ । ତା’ପରେ ଏହାକୁ ଗ୍ରାଇଣ୍ଡ୍ କରି ଏକ ପାତ୍ରରେ ରଖନ୍ତୁ । ୧ ଚାମଚ ଏହି ପାଉଡରକୁ ଲେମ୍ବୁ ରସ ସହିତ ମିଶାଇ ୧ଗ୍ଲାସ ପାଣି ସହିତ ପିଅନ୍ତୁ ।

କେମିତି କରିବା ବ୍ୟବହାର:
ଉତ୍ତମ ରେଜଲ୍ଟ ପାଇବାକୁ, ଏହାକୁ ପ୍ରତିଦିନ ଅତି କମରେ 3 ମାସ ପିଅନ୍ତୁ । ଓଜନ ହ୍ରାସ କରିବା ପାଇଁ ଆପଣ ଏହାକୁ 4 ମାସ ପର୍ଯ୍ୟନ୍ତ ପିଇ ପାରିବେ, କିନ୍ତୁ ଏହି ସମୟ ମଧ୍ୟରେ ଅଧିକ ଚର୍ବି ଏବଂ କ୍ୟାଲୋରୀ ଯୁକ୍ତ ଖାଦ୍ୟରୁ ଦୂରେଇ ରହିବେ ।
ଜୁଆଣୀ ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ କାରଣ ଏହା ହଜମ କରିବାରେ ସାହାଯ୍ୟ କରିଥାଏ । ଏଥି ସହିତ, ପାନମଧୁରୀ ହଜମକାରୀ ରସ ଏବଂ ଏନଜାଇମର ନିର୍ଗମନକୁ ମଧ୍ୟ ବଢାଇଥାଏ । ଜିରା ଶରୀରରେ ଫ୍ୟାଟ୍, ସୁଗାର ଏବଂ କାର୍ବୋହାଇଡ୍ରେଟକୁ ନିୟନ୍ତ୍ରଣ କରିଥାଏ ।

ଏହା ବ୍ୟତୀତ ମେଦବହୁଳତା ହ୍ରାସ କରିବାରେ ମଧ୍ୟ ବହୁତ ଲାଭଦାୟକ ଅଟେ । ଏଥିରେ ମେଟାବୋଲିଜିମ୍ ବୁଷ୍ଟ ହେବା ସହିତ ଶରୀରରେ ଚର୍ବି ଜମା ହେବାକୁ ମଧ୍ୟ ରୋକିଥାଏ । ଏହାଦ୍ୱାରା ବାରମ୍ବାରଭେକ ଲାଗିନଥାଏ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ଏହି ପାନୀୟକୁ ୧ ଗ୍ଲାସ୍ ପିଇବା ଦ୍ୱାରା ଶରୀରରୁ ସମସ୍ତ ବିଷାକ୍ତ ପଦାର୍ଥ ବାହାର ହୋଇଥାଏ, ଯାହା ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିଥାଏ । ଯେଉଁ ଲୋକମାନଙ୍କ ପେଟ ଫୁଲିଲା ଭଳି ଲାଗିଥାଏ କିମ୍ବା ପେଟରେ ଭାରି ଅନୁଭବ ହୋଇଥାଏ ଏହାକୁ ଖାଲି ପେଟରେ ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।

Show More
Back to top button