ହାଇକୋର୍ଟରେ ମାଇକ୍ରୋ ଲେଭଲ ଇ-ଲୋକ ଅଦାଲତ : ୧୦୭ ମାମଲା ଫଇସଲା l


ସତ୍ୟଶିଖା ୧୩ .୦୯.୨୦୨୦ : ହାଇକୋର୍ଟରେ ଆଜି ମାଇକ୍ରୋ ଲେଭଲ ଇ-ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍, ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧୢକ୍ଷା ଜଷ୍ଟିସ ସଞ୍ଜୁ ପଣ୍ତା ଓ ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷ ଜଷ୍ଟିସ ସି.ଆର୍.ଦାଶଙ୍କ ମାର୍ଗଦର୍ଶନରେ ଏବଂ ହାଇକୋର୍ଟ ଆଇନସେବା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଇ-ଲୋକ ଅଦାଲତରେ ୧୦୭ଟି ମାମଲାର ଆପୋସ ବୁଝାମଣାରେ ଫଇସଲା କରାଯାଇଛି । ୩୭୬ଟି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା ।
ଜଷ୍ଟିସ ବିଶ୍ୱନାଥ ରଥ, ଜଷ୍ଟିସ୍ ସଙ୍ଗମ କୁମାର ସାହୁ, ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀ ଓ ଜଷ୍ଟିସ୍ ସାବିତ୍ରୀ ରଥ ଅନୁଷ୍ଠିତ ଲୋକ ଅଦାଲତରେ ମାମଲା ଗୁଡିକର ଫଇସଲା କରିଥିଲେ । ମୋଟର ଦୁର୍ଘଟଣା ବୀମା କ୍ଷତିପୂରଣ ସଂପର୍କିତ ମାମଲାର ଶୁଣାଣି କରାଯାଇ କ୍ଷତିପୂରଣ ବାବଦରେ ୬ କୋଟି ୯୧ ଲକ୍ଷ ୫୬ ହଜାର ୬୫୬ ଟଙ୍କା ପ୍ରଦାନ ପାଇଁ ଆଜି ଅନୁଷ୍ଠିତ ମାଇକ୍ରୋ ଲେଭଲ ଇ-ଲୋକ ଅଦାଲତରେ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ମିଳିଛି ।