ଦେଶନ୍ୟୁଜ୍ସ୍ୱାସ୍ଥ୍ୟ

ଦେଶରେ ୨ଲକ୍ଷ ଟପିଲା ଦୈନିକ କରୋନା ମାମଲା

ସତ୍ୟଶିଖା(ନୂଆଦିଲ୍ଲୀ ) ୧୩.୦୧.୨୦୨୨ : ଦେଶରେ ୨ଲକ୍ଷ ଟପିଲା ଦୈନିକ କରୋନା ମାମଲା । ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୨ଲକ୍ଷ ୪୭ ହଜାର ୪୧୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିିପରି ଗୋଟିଏ ଦିନରେ ୩୮୦ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ଭୂତାଣୁ । ଗତକାଲିଠୁ ଦେଶରେ ଦୈନିକ ସଂକ୍ରମଣ ହାର ୨୭% ବୃଦ୍ଧି ପାଇଛି ଏବଂ ଦେଶରେ ଦୈନିକ ସଂକ୍ରମଣ ହାର ୧୩.୧୧%କୁ ବୃଦ୍ଧି ହୋଇଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୮୪, ୮୨୫ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ୍‍ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୧,୧୭,୫୩୧ । ଅନ୍ୟପଟେ ଦେଶରେ ଓମିକ୍ରନ୍‍ ଭୂତାଣୁ ମଧ୍ୟ ତାର କାୟା ମେଲାଇବାରେ ଲାଗିଛି । ଏଯାଏ ଦେଶରୁ ମୋଟ୍‍ ୫ ହଜାର ୪୮୮କୁ ଓମିକ୍ରନ୍‍ ଆକ୍ରାନ୍ତଙ୍କ ଚିହ୍ନଟ ହେଲେଣି । ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସୁଛି । ଭର୍ଚୁଆଲ ମାଧ୍ୟମରେ ଏହି ବୈଠକ ବସୁଥିବା ବେଳେ, ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ସାମିଲ ହେବେ । ଅପରାହ୍ଣ ସାଢ଼େ ୪ଟାରେ ଏହି ବୈଠକ ଅନୁଷ୍ଠିତ ହେବ । ଦେଶରେ ଟିକାକରଣ, ଟେଷ୍ଟିଂ, ଅମ୍ଳଜାନ ସିଲିଣ୍ଡର, ଭେଣ୍ଟିଲେଟର୍ସ, ଆଇସିୟୁ, ଶଯ୍ୟା ଓ ଭ୍ୟାକ୍ସିନ ଉପରେ ମଧ୍ୟ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ।

Show More
Back to top button