ଅପରାଧନ୍ୟୁଜ୍ରାଜ୍ୟ

ରାଜଧାନୀରୁ ଲେଡି ଡନ୍‌ ଗିରଫ

ସତ୍ୟଶିଖା (ଭୁବନେଶ୍ୱର) ୧୫/୦୨/୧୦୨୧ : ରାଜଧାନୀରୁ ଲେଡି ଡନ୍‌ ଗିରଫ । ଏୟାରଫିଲ୍ଡ ଥାନା ପୋଲିସ୍ ଲେଡି ଡନ୍  ବାନୋ ଓରଫ ଆସମା ବିବିକୁ ଗିରଫ କରିଛି । ଏହି ଲେଡି ଡନ୍‌ ବିରୋଧରେ ରହିଛି ବିଭିନ୍ନ ସଂଗୀନ ଅଭିଯୋଗ । ପୋଲିସ କର୍ମଚାରୀଙ୍କ ମାଡ ମାରିବା ସହ ୨ ଜଣ ଛେଳି ଚରାଳିଙ୍କୁ ବାନ୍ଧି କଙ୍ଗାରୁ କୋର୍ଟ ଚଳାଇଥିଲେ ଏହି ଲେଡି ଡନ୍‌ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା ।

ଲୋକେ ଏହି ଭିଡିଓ ଦେଖି ତାଙ୍କୁ ଲେଡି ଡନ୍‌ର ଆଖ୍ୟା ଦିଆଯାଇଛି । ୨ ଜଣ ଛେଳି ଚରାଳିଙ୍କୁ ବାନ୍ଧି ରଖିଥିବାରୁ ସେଠାରେ ପିସିଆର୍ ଭ୍ୟାନ ପହଞ୍ଚିଥିଲା । ପୋଲିସଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ସେମାନଙ୍କୁ ନାଲି ଆଖି ଦେଖାଇ ଥିଲେ । ତେଣୁ ଭୁବନେଶ୍ୱରର ଆଜାଦ ନଗର ବସ୍ତିରେ ଏଭଳି ଲେଡି ଡନ ଭାବେ ପରିଚିତ ଥିଲା ଆସମା ବିବି । ପୋଲିସଙ୍କୁ ଗାଳି ଗୁଲଜ କରିବା ସହ ସେଠାରେ ପୂର୍ବରୁ ମାରପିଟ ଓ ଧମକ ଚମକ ଦେଇ ଗୁଣ୍ଡାରାଜ ଚଳାଇଥିଲା ଏହି ଲେଡି ଡ଼ନ ଆସମା ବିବି ।

Show More
Back to top button