ସତ୍ୟଶିଖା (ସିଓଲ) ୦୩/୧୦/୨୦୨୦ : ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ୍ ଉନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଖକୁ ସମବେଦନା ବାର୍ତା ପଠାଇଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଓ ପତ୍ନୀ ମେଲାନିଆ ଟ୍ରମ୍ପ କରୋନାରୁ ଶୀଘ୍ର ସୁସ୍ଥ ହେବା କାମନା କରିଛନ୍ତି କିମ୍ । ସେ ରାଷ୍ଟ୍ରପତି ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ସମବେଦନା ଜଣାଇଛନ୍ତି । ଖୁବ ଶୀଘ୍ର ଦୁହେଁ କରୋନାକୁ ମାତ ଦେବା ନେଇ କିମ୍ ବେଶ୍ ଆଶାବାଦୀ ଅଛନ୍ତି । ତେବେ ସାଉଥ କୋରିଆର ୟୋନହାପ୍ ନ୍ୟୁଜ ଏଜେନ୍ସି ଅନୁସାରେ କିମ୍ ପ୍ରଥମଥର ପାଇଁ କରୋନାରେ ପୀଡ଼ିତ କୌଣସି ବିଶ୍ୱ ନେତାଙ୍କୁ ଶୀଘ୍ର ସୁସ୍ଥ ହେବା ବାର୍ତା ପଠାଇଛନ୍ତି ।
ଟ୍ରମ୍ପ ଦମ୍ପତିଙ୍କ ଆଶୁ ଆରୋଗ୍ୟ କାମନା କଲେ କିମ୍ ଜୋଙ୍ଗ ଉନ, ପ୍ରଥମ ଥର କରୋନା ପାଇଁ ବିଶ୍ବ ନେତାଙ୍କୁ ସମବେଦନା ଜଣାଇଲେ କିମ୍ l
