ଜୀବନମନ୍ତ୍ରନ୍ୟୁଜ୍ବିଦେଶରାଜନୀତିସ୍ପେଶାଲ୍ ରିପୋର୍ଟସ୍ୱାସ୍ଥ୍ୟ

ଟ୍ରମ୍ପ ଦମ୍ପତିଙ୍କ ଆଶୁ ଆରୋଗ୍ୟ କାମନା କଲେ କିମ୍ ଜୋଙ୍ଗ ଉନ, ପ୍ରଥମ ଥର କରୋନା ପାଇଁ ବିଶ୍ବ ନେତାଙ୍କୁ ସମବେଦନା ଜଣାଇଲେ କିମ୍ l

ସତ୍ୟଶିଖା (ସିଓଲ) ୦୩/୧୦/୨୦୨୦ : ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ୍ ଉନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଖକୁ ସମବେଦନା ବାର୍ତା ପଠାଇଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଓ ପତ୍ନୀ ମେଲାନିଆ ଟ୍ରମ୍ପ କରୋନାରୁ ଶୀଘ୍ର ସୁସ୍ଥ ହେବା କାମନା କରିଛନ୍ତି କିମ୍ । ସେ ରାଷ୍ଟ୍ରପତି ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ସମବେଦନା ଜଣାଇଛନ୍ତି । ଖୁବ ଶୀଘ୍ର ଦୁହେଁ କରୋନାକୁ ମାତ ଦେବା ନେଇ ​‌କିମ୍ ବେଶ୍ ଆଶାବାଦୀ ଅଛନ୍ତି । ତେବେ ସାଉଥ କୋରିଆର ୟୋନହାପ୍ ନ୍ୟୁଜ ଏଜେନ୍ସି ଅନୁସାରେ କିମ୍ ପ୍ରଥମଥର ପାଇଁ କରୋନାରେ ପୀଡ଼ିତ କୌଣସି ବିଶ୍ୱ ନେତାଙ୍କୁ ଶୀଘ୍ର ସୁସ୍ଥ ହେବା ବାର୍ତା ପଠାଇଛନ୍ତି ।ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲେନିଆ କରୋନାରେ ସଂକ୍ରମିତ ହୋଇଛନ୍ତି । ଦୁହେଁ ଏବେ କ୍ବାରେଣ୍ଟିନରେ ରହିଛନ୍ତି । ରାଷ୍ଟ୍ରପତିଙ୍କ ମହିଳା ସହଯୋଗୀ ହୋପ ହିକ୍ସ ମଧ୍ୟ କରୋନାରେ ସଂକ୍ରମିତ। ହିକ୍ସଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଟ୍ରମ୍ପ ଓ ତାଙ୍କ ପତ୍ନୀ କରୋନା ଟେଷ୍ଟ କରିଥିଲେ ଯାହାର ରିପୋର୍ଟ ପଜିଟିଭ ଆସିଲା ।ସୂଚନା ଯୋଗ୍ୟ ଟ୍ରମ୍ପଙ୍କ କାର୍ଯ୍ୟକାଳ ଆରମ୍ଭରେ ୱାଶିଂଟନ ଓ ପୋଙ୍ଗୟାଙ୍ଗ ମଧ୍ୟରେ ତିକ୍ତତା ସୃଷ୍ଟି ହେବା ପରେ ୨୦୧୮ରୁ କିମ ଓ ଟ୍ରମ୍ପ ତିନିନୋଟି ଉଚ୍ଚ ପ୍ରୋଫାଇଲ ବୈଠକ କରିଥିଲେ । କିନ୍ତୁ ପୋଙ୍ଗୟାଙ୍ଗର ନିରବତା ଦୃଷ୍ଟିରୁ କୌଣସି ଠୋସ ନିଷ୍ପର୍ଷ ବାହାରିଲା ନାହିଁ । ଏହି ଆଲୋଚନା ଆନୁଷ୍ଠାନିକ ଭାବେ ଅଟକି ରହିଛି । ସେପ୍ଟେମ୍ବର ମଧ୍ୟଭାଗରେ ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ କହିଛନ୍ତି ଏହି ଆଲୋଚନା ଜାରି ରହିଛି । ଟ୍ରମ୍ପ କ୍ରମାଗତ ଭାବେ କିମଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କକୁ ବୈଦେଶିକ ନୀତିର ସଫଳ ଭାବେ ଚିତ୍ରଣ କରିଛନ୍ତି ।

Show More
Back to top button