ରାଶିଫଳ

ଗୁରୁବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ

ସତ୍ୟଶିଖା ୨୮/୦୧/୨୦୨୧ :

ମେଷ – ଆଜିର ଗ୍ରହପ୍ରଭାବରେ ଅନୁକୂଳ ପରିବେଶ କାମ ହାସଲ କରିବାରେ ସାହାର୍ଯ୍ୟ କରିବ । ଚନ୍ଦ୍ର ସମାଗମସ୍ଥ ହେତୁ କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁ ଅନୁତପ୍ତ ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

ବୃଷ – ଆଜି ଧନସ୍ଥନ ବହୁଗ୍ରହ ଦୃଷ୍ଟ ହେତୁ ଆର୍ଥିକ ଉନ୍ନତି ସହ ଶାରୀରିକ ସୁସ୍ଥତା ମନୋବଳ ବୃଦ୍ଧିରେ ସହାୟକ ହେବ । ଗୁରୁଜନଙ୍କ ସାନ୍ତନା ବାଣୀ ମନରେ ଆଶ୍ୱସ୍ତି କରିପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

ମିଥୁନ – ଅଷ୍ଟମ ସ୍ଥାନରେ ଏକାଧିକଗ୍ରହ ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିପାରେ । ନିର୍ମାଣ ସମ୍ପର୍କୀୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

କର୍କଟ – ସ୍ୱାସ୍ଥ୍ୟରେ ଉନ୍ନତି ସହ ମାନସିକ ସ୍ଥିତି କେତେକାଂଶରେ ଭଲ ରହିବ । ଅର୍ଥ ସମ୍ପର୍କ କିମ୍ବା ପାରିବାରିକ ସମସ୍ୟାକୁ ନେଇ ବିବାଦ ଦେଖାଦେଇ ପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୧ ।

ସିଂହ – ଆଜିର ଗ୍ରହ ସ୍ଥିତି ପ୍ରଭାବରେ ଆପଣ ଯାହା ଚାହୁଁଛନ୍ତି ତାହା ପାଇବାକୁ କଷ୍ଟ କରିବାକୁ ପଡିବ ନାହିଁ । କୌଣସି ଅନାକାଂକ୍ଷିତ ସୂଚନାକ୍ରମେ ଗସ୍ତ ବାତିଲ ହୋଇପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

କନ୍ୟା – ବୁଧଙ୍କ ଦୁର୍ବଳତା କାରଣରୁ କର୍ମକ୍ଷେତ୍ରର ଗୁରୁଦାୟିତ୍ୱ ସାମୟିକ ବିଚଳିତ ଅନୁଭବ କରିବେ । ଆବଶ୍ୟକତା ପୂରଣ କରିବା ସକାଶେ ଧାର ସୂତ୍ରରେ ଅର୍ଥ ଆଣିବାକୁ ପଡିପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

ତୁଳା – ଅନ୍ୟମାନେ ନିଜର ସୁବିଧା ଅନୁଯାୟୀ କାମ କରିବା ଦ୍ୱାରା ତାହା ଆପଣଙ୍କ ପାଇଁ ସମସ୍ୟାର କାରଣ ହେବ । ଖଳପ୍ରକୃତିର ଲୋକ ମାନେ ବିରୃଦ୍ଧାଚରଣ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ବିଛା – ସମସ୍ୟା ଲାଗି ରହିଲେ ମଧ୍ୟ ଅଭିମାନ ନ କରି କୌଶଳରେ କାମ ହାସଲ ପାଇଁ ଚେଷ୍ଟା କରିବା ଭଲ । ମତାନ୍ତର ଲାଗି ପାରିବାରିକ କ୍ଷେତ୍ରରେ ଅଶାନ୍ତି ଆସିବ । ଶୁଭ ଅଙ୍କ ଗ୍ରୀନ୍ । ଶୁଭ ଅଙ୍କ ୩ ।

ଧନୁ – ଅଫିସରେ ଅପ୍ରିୟ ସତ୍ୟ ଭାଷଣ ସମସ୍ୟା ସୃଷ୍ଟିର କାରଣ ହୋଇପାରେ । ବନ୍ଧୁମାନଙ୍କ ସହାର୍ଯ୍ୟରେ ଧାତବଜନିତ ଦ୍ରବ୍ୟ ଲାଭର ଯୋଗ ରହିଛି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୫ ।

ମକର – ଆଜିର ଯାତ୍ରା, ବାଣିଜ୍ୟ, ପରିବହନରେ କୌଣସି ଅସୁବିଧା ହେବ ନାହିଁ । ଧୈଯ୭୍ୟର ସହ ସମସ୍ୟାର ମୁକାବିଲା କରିବାରେ ସମର୍ଥ ହୋଇପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

କୁମ୍ଭ – ସମସ୍ୟା ଲାଗି ରହିଲେ ମଧ୍ୟ କାର୍ଯ୍ୟ କ୍ଷେତ୍ରରେ ଆବଶ୍ୟକୀୟ ସାହାର୍ଯ୍ୟ ପାଇବାରେ କୌଣସି ଅସୁବିଧା ହେବ ନାହିଁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନିଜ ଲୋକମାନେ ଦାଉ ସାଜିପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।

ମୀନ – ଏକାଦଶସ୍ଥ ଏକାଧିକଗ୍ରହ ହେତୁ ଗତକାଲି ଠାରୁ ଯେଉଁ ଜିନିଷର ଅଭାବ ଥିଲା ତାହା ସୁବିଧାରେ ପୂରଣ ହୋଇଯିବ । ପ୍ରାୟତଃ ପାରିବାରିକ ପରିସ୍ଥିତି ଭଲ ରହିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

Show More
Back to top button