

ସତ୍ୟଶିଖା ( ନୂଆଦିଲ୍ଲୀ ) ୦୬ .୧୦.୨୦୨୦ : ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ନିଜର ନବ ନିଯୁକ୍ତ ଟିମକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ସେପ୍ଟେମ୍ବର 26 ରେ ଘୋଷଣା ହୋଇଥିବା ତାଙ୍କ ନୂତନ ଟିମ ସହିତ ଏହା ତାଙ୍କର ପ୍ରଥମ ସାକ୍ଷାତ ବା ବୈଠକ ହେବ । ବିଜେପି ର ଏହି ନୂଆ ଟିମ ରେ ଅନେକ ନୂଆ ଚେହେରା ସାମିଲ ହୋଇଛନ୍ତି । ସମସ୍ତ ରାଜ୍ୟକୁ ପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ସହିତ ଏକ ଆଞ୍ଚଳିକ ସନ୍ତୁଳନ ବଜାୟ ରଖିବା ପାଇଁ ଏହା କରାଯାଇଥିବା ଚର୍ଚା ହେଉଛି । 70 ଜଣ ସଦସ୍ୟଙ୍କ ମଧ୍ୟରୁ ତାଙ୍କ ନୂଆ ଟିମ ରେ 37 ଟି ନୂଆ ଚେହେରା ଅଛନ୍ତି ।
ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଦର ରାଜେ, ପଶ୍ଚିମବଙ୍ଗ ର ବିଜେପି ନେତା ମୁକୁଲ ରୟ, ପୂର୍ବତନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ , ଓଡ଼ିଶାର ବୈଜୟନ୍ତ ପଣ୍ଡା, ସାଂସଦ ରେଖା ଭର୍ମା, ଅନ୍ନପୂର୍ଣ୍ଣା ଦେବୀ ଏବଂ ଭାରତୀବନ ଶିଆଲଙ୍କ ସହ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ଉପସଭାପତି ଭାବେ ନିଯୁକ୍ତ କରାଯାଇଛି । ଯୁବ କର୍ଣ୍ଣାଟକର ସାଂସଦ ତେଜସ୍ୱୀ ସୂର୍ଯ୍ୟ ଯୁବ ମୋର୍ଚ୍ଚା ର ଦାଇତ୍ୱ ସମ୍ଭାଳିବେ ।
ବିଜେପିର ଜାତୀୟ ପ୍ରବକ୍ତା ତାଲିକାରେ ସ୍ଥାନ ପାଇଛନ୍ତି ଓଡ଼ିଶାର ସାସଂଦ ଅପରାଜିତା ଷଡଙ୍ଗୀ । ଆଜିର ଏହି ବୈଠକ ପୂର୍ବରୁ ସେ କହିଛନ୍ତି ମୁଁ ବହୁତ ଖୁସି ଏବଂ ଆଶାବାଦୀ ଯେଉଁ ଗାଇଡ କରିବେ ତାକୁ ଆମେ ଲୋକଙ୍କ ପାଖରେ ପଂହଁଚେଇବୁ । ନିଜ ଗୁରୁଦାୟୀତ୍ୱ କୁ ଠିକ ଭାବେ ତୁଲାଇବା ସହ ନିଜ ସଂସଦୀୟ କ୍ଷେତ୍ରକୁ ମଧ୍ଯ ସଂପୂର୍ଣ୍ଣ ସମୟ ଦେବେ ବୋଲି ସେ କହିଛନ୍ତି ।