ରାଜ୍ୟ

ପଞ୍ଚମ ‘କରୋନା’ ଆକ୍ରାନ୍ତ ଏମ୍‌ସ ଓ ସମ୍‌ OPD ଯାଇଥିଲେ

ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟର ପଞ୍ଚମ ‘କରୋନା’ ଆକ୍ରାନ୍ତ ଭୁବନେଶ୍ୱର ସୂର୍ଯ୍ୟନଗରର ପ୍ରଦୀପ୍ତ ଦଳବେହେରାଙ୍କ ଟ୍ରାଭେଲ୍‌ ତଥ୍ୟ ପ୍ରକାଶ କଲା ରାଜ୍ୟ ସରକାର। ମାର୍ଚ୍ଚ ୫ ତାରିଖରେ ପ୍ରଦୀପ ସୂର୍ଯ୍ୟନଗର ମହାଶକ୍ତି କ୍ଲିନିକ୍‌ ଯାଇଥିଲେ। ମାର୍ଚ୍ଚ ୧୨ ତାରିଖରେରେ ସେ ପୁଣି ଥରେ ସେହି କ୍ଲିନିକକୁ ଯାଇଥିଲେ। ମାର୍ଚ୍ଚ ୨୭ ତରିଖ ଅପରାହ୍ନରେ ସେ ସମ୍‌ ହସ୍ପିଟାଲ OPD ଯାଇଥିଲେ। ମାର୍ଚ୍ଚ ୨୮ ତାରିଖରେ ଏମ୍‌ସ OPD ଯାଇ ଘରକୁ ଫେରିଥିଲେ। ଏପରିକି ମାର୍ଚ୍ଚ ୩୧ରେ ଶ୍ୱାସକ୍ରିୟାରେ କଷ୍ଟ ପାଇଁ ସେ ଏମ୍‌ସରେ ଭର୍ତ୍ତି ହୋଇଥିଲା। ୩୧ ତାରିଖରେ ସ୍ୱାବ୍‌ ସାମ୍ପଲ୍‌ ସଂଗ୍ରହ କରାଯାଇ ଟେଷ୍ଟ କରାଯାଇଥିଲା। ଏପ୍ରିଲ ୧ ତାରିଖରେ ପଜିଟିଭ ରିପୋର୍ଟ ଆସିଥିଲା ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି।

ପ୍ରଦୀପଙ୍କ ଘର ୟୁନିଟ-୭ ସୂର୍ଯ୍ୟନଗର ସ୍ଥିତ ପ୍ଲଟ୍‌ ନମ୍ବର ୩୭ରେ। ସେ ବିଦେଶ ଗସ୍ତ କରିନାହାନ୍ତି କି ଅନ୍ୟ ରାଜ୍ୟ ଯାଇନାହାନ୍ତି। ଏହା ସତ୍ତ୍ୱେ ସେ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ଏ ସମ୍ପର୍କରେ ଜଣାପଡ଼ିବା ପରେ ସୁରକ୍ଷା ଦୃଷ୍ଟିରୁ ସୂର୍ଯ୍ୟନଗର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍‌ କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)।

ଆହୁରି ପଢ଼ନ୍ତୁ

ଗୋପବନ୍ଧୁ ଛକରୁ ଏଲ୍‌ଆଇସି ଛକ ଓ ଏଲ୍‌ଆଇସି ଛକରୁ ଗଙ୍ଗନଗର ଛକ ପର୍ଯ୍ୟନ୍ତ ସିଲ୍‌ କରାଯାଇଛି। ସେହିପରି ଗଙ୍ଗ ନଗର ଛକରୁ ଶିରିପୁର ଛକ ଓ ଶିରିପୁର ଛକରୁ ଗୋପବନ୍ଧୁ ଛକ ସିଲ୍‌ କରାଯାଇଛି। ସଂପୃକ୍ତ ସମସ୍ତ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛି ବିଏମ୍‌ସି। ସଂପୃକ୍ତ ଅଞ୍ଚଳରେ ଡାକ୍ତର ଟିମ୍‌ ଘର ଘର ବୁଲି ସ୍ୱାସ୍ଥ୍ୟ ସମସ୍ୟା ବୁଝିବେ। ଏପରିକି ଘରେ ପରିବା ଓ ଗ୍ରୋସରୀ ବିଏମ୍‌ସି ଯୋଗାଇବ। ସମ୍ପୃକ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ସାନି ଟାଇଜ୍‌ କରାଯିବ। ପ୍ରଦୀପ ଯେଉଁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କ କ୍ୱାରେଣ୍ଟାଇନ୍‌ରେ ରଖାଯିବ। ଏନେଇ ସୂଚନା ଦେଇଛନ୍ତି ଏଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।



[ad_2]

Show More
Back to top button