ଅପରାଧନ୍ୟୁଜ୍ରାଜ୍ୟ

ISI ଲିଙ୍କରେ ଇଶ୍ୱର ବେହେରା ଗିରଫ ଘଟଣା, ଆଜି ଆସିବ ମାମଲାର ଚୂଡ଼ାନ୍ତ ରାୟ

ସତ୍ୟଶିଖା (ବାଲେଶ୍ୱର) ୧୧/୦୨/୨୦୨୧ : ଆଇଏସ୍‌ଆଇ ଲିଙ୍କ୍‌ରେ ଈଶ୍ୱର ବେହେରା ଗିରଫ ଘଟଣା । ଆଜି କୋର୍ଚ ପ୍ରକାଶ କରିବେ ନିଜର ଚୂଡ଼ାନ୍ତ ରାୟ । ବାଲେଶ୍ୱର ଏଡିଜେ କୋର୍ଟ ନିଜର ରାୟ ପ୍ରକାଶ କରିବେ । ବାଲେଶ୍ୱର ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା କେନ୍ଦ୍ରର ଅସ୍ଥାୟୀ ଫଟୋ ଗ୍ରାଫର ଭାବେ କାମ କରୁଥିବା ଈଶ୍ୱର ବହେରାକୁ କ୍ରାଇମବ୍ରାଞ୍ଚ ୨୦୧୫ମସିହା ଜାନୁଆରୀ ମାସରେ ଗିରଫ କରିଥିଲା । ଆଉ ସେହି ଦିନଠାରୁ ସେ ଜେଲରେ ରହିଛି । ଆଇଏସଆଇ ଏଜେଣ୍ଟଙ୍କ ସହ ଈଶ୍ୱର ବେହେରା ସଂପର୍କ ରଖିଥିଲେ । ଏପରିକି ବହୁ ଗୁରୁତ୍ବପୂର୍ଣ ତଥ୍ୟ ଦେବା ସହ ଆଇଏସଆଇ ଏଜେଣ୍ଟଙ୍କ ଠାରୁ ଟଙ୍କା ନେଇଥିବାର ପ୍ରମାଣ ପୋଲିସକୁ ମିଳିଥିଲା । ଏହି ମାମଲାରେ ମୋଟ ୨୯ଜଣଙ୍କ ସାକ୍ଷ୍ୟ ପ୍ରଦାନ କରାଯାଇଛି । ଆଜି ଏହି ଘଟଣାରେ ବାଲେଶ୍ୱର ଏଡିଜେ ରାୟ ପ୍ରକାଶ କରିବେ ।

Show More
Back to top button