ଦେଶ

ଜୁନ୍ ୩୦ ଯାଏ ବଢ଼ିଲା ଲକଡାଉନ୍, ଖୋଲିବ ସ୍କୁଲ୍ ଓ କଲେଜ

ନୂଆଦିଲ୍ଲୀ: ଜୁନ୍ ୩୦ ଯାଏ ଲକଡାଉନ୍ ବଢ଼ାଇଛନ୍ତି କେନ୍ଦ୍ର ସରକାର। ଯେଉଁ ଅଞ୍ଚଳ କରୋନା ପାଇଁ କଣ୍ଟେନମେଣ୍ଟ ଜୋନ୍ ଭାବେ ଚିହ୍ନଟ ହୋଇଛି ସେହି ସ୍ଥାନରେ ଆଉ ମାସେ ପାଇଁ ଲକଡାଉନ୍ ବଢ଼ାଇଛନ୍ତି ସରକାର। କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍ଥାନରେ ପର୍ଯ୍ୟାୟକ୍ରମେ ନିୟମ କୋହଳ ହେବ ବୋଲି ସରକାର କହିଛନ୍ତି। ତେବେ ଜୁନ୍ ୮ ପରେ ସପିଂ ମଲ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି। ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସରକାର ସହିତ କଥା ହେବା ପରେ ସ୍କୁଲ ଓ କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ସେହିପରି ହୋଟେଲ, ସପିଂ ମଲ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି।

ସେହିପରି କର୍ଫ୍ୟୁ ଅବଧି କମାଇଛନ୍ତି ସରକାର। ରାତି ୯ଟାରୁ ସକାଳ ୫ଟା ଯାଏ ଦେଶରେ କର୍ଫ୍ୟୁ ବଳବତ୍ତର ରହିବ ବୋଲି ସରକାର କହିଛନ୍ତି। ପୂର୍ବରୁ ଏହା ସଂଧ୍ୟା ୭ରୁ ସକାଳ ୭ ଥିଲା। ଏବେ ଏହି ଅବଧି ବଢ଼ାଇଛନ୍ତି ସରକାର।

ଆହୁରି ପଢ଼ନ୍ତୁ

ଅନ୍ୟପଟେ ଶନିବାର କରୋନା ସଂକ୍ରମିତଙ୍କ ସଂଖ୍ୟା ୧.୭୦ ଲକ୍ଷକୁ ବୃଦ୍ଧି ପାଇଛି। ଶନିବାର ୭୯୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ, ଗୋଟିଏ ଦିନରେ ୨୬୫ ଜଣଙ୍କ ମୃତ୍ୟୁ ହୋଇଛି। ନୂଆ ମୃତକଙ୍କୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୪,୯୦୦ ଅତିକ୍ରମ କରିଛି। ସେହିପରି ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟାରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଘଟିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ୮୧ ହଜାରରୁ ଅଧିକ ଆରୋଗ୍ୟ ହୋଇଛନ୍ତି।



[ad_2]

Show More
Back to top button