ନ୍ୟୁଜ୍ରାଜ୍ୟଶିକ୍ଷା

ଦ୍ୱାଦଶ ଓ ଏକାଦଶ ପିଲାଙ୍କ ଦୈନିକ ଉପସ୍ଥାପନ ଅପଲୋଡ଼୍ ପାଇଁ ନିର୍ଦ୍ଦେଶ, DHSE ପକ୍ଷରୁ ଚିଠି

ସତ୍ୟଶିଖା (ଭୁବନେଶ୍ୱର)୦୨.୦୨.୨୦୨୨: କରୋନା ମହାମାରୀ କାରଣରୁ ପାଖାପାଖି ୨ ବର୍ଷ ହେବ ଶିକ୍ଷା କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଛି। ପ୍ରଥମ ଲହର, ଦ୍ଵିତୀୟ ଲହର ଏବଂ ପୁଣି ତୃତୀୟ ଲହର କାରଣରୁ ସ୍କୁଲ ଏବଂ କଲେଜ୍ ପାଠପଢା ସ୍ଵାଭାବିକ ଅବସ୍ଥାକ ଫେରି ପାରିନାହିଁ। ସ୍ଥିତିରେ ସୁଧାର ହୋଇ ସ୍କୁଲ ଖୋଲିବା ବେଳକୁ କରୋନାର ଆଉ ଏକ ଲହର ମାଡି ବସୁଛି। ତେଣୁ ଅନଲାଇନ୍‌ରେ ପାଠପଢା ଉପରେ ଗୁରୁତ୍ଵାରୋପ କରାଯାଇଛି। ତେବେ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍‌ କ୍ଲାସ୍ କରୁଥିବା ପିଲାଙ୍କ ଉପସ୍ଥାନ ସ୍କୁଲ ଅଧ୍ୟକ୍ଷଙ୍କୁ  ନିର୍ଦ୍ଦେଶ ଦିଆଯାଇଛି।

ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ କେତେ ପିଲା ଅନଲାଇନ ଓ ଅଫଲାଇନ କ୍ଲାସ୍ ଆଟେଣ୍ଡ କରୁଛନ୍ତି ତାର ତଥ୍ୟ ପଠାଇବେ ସ୍କୁଲ ପ୍ରିନ୍ସିପାଲ। ପ୍ରତିଦିନ ୪ଟା ସୁଦ୍ଧା ତଥ୍ୟ ପଠାଇବେ। ଏଥିପାଇଁ  DHSEର HSS e-spaceରେ ଲଗଇନ୍ କରି ଅପଡେଟ୍ କରିବେ। ଏନେଇ ଡିଏଚଇ ପକ୍ଷରୁ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖାହୋଇଛି। ନିୟମିତ ଉପସ୍ଥାନ ତଥ୍ୟ ନଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସୂଚନାଯୋଗ୍ୟ, ଏବେ ଅନଲାଇନ୍‌ ପାଠପଢା ପ୍ରତି ଗୁରୁତ୍ଵ ଦିଆଯାଉଛି। ପିଲାଙ୍କୁ ଅଫଲାଇନ୍ ଏବଂ ଅନଲାଇନ୍‌ରେ କ୍ଲାସ୍ କରିବାର ବିକଳ୍ପ ଦିଆଯାଇଛି। କେଉଁ ଛାତ୍ର-ଛାତ୍ରୀ ଅଫଲାଇନ୍‌ କ୍ଲାସ୍ କରୁଥିବା ବେଳେ ଆଉ କିଛି ଅଫଲାଇନ୍‌ରେ ମଧ୍ୟ କ୍ଲାସ୍ କରୁଛନ୍ତି।

Show More
Back to top button