ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୮ ଓମିକ୍ରନ୍ ସଂକ୍ରମିତ


ସତ୍ୟଶିଖା (ଭୁବନେଶ୍ୱର)୧୦.୦୧.୨୦୨୨: ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୮ ନୂଆ ଓମିକ୍ରନ୍ ସଂକ୍ରମିତ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି । ଆଉ ୨୮ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ନେଇ ସ୍ବାସ୍ଥ୍ୟ ବିଭାଗକୁ ILS ଅବଗତ କରିଛି । ଡିସେମ୍ବର ୨୧ରେ ରାଜ୍ୟରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ରାଜ୍ୟରେ ପ୍ରଥମ ଭାବେ ଡିସେମ୍ବର ୨୧ ତାରିଖରେ ୨ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ପରେ ଡିସେମ୍ବର ୨୩ ତାରିଖରେ ଆଉ ୨ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୨୬ ତାରିଖରେ ଆଉ ୪ ଜଣ, ୨୯ ତାରିଖରେ ଜଣେ, ୩୦ ତାରିଖରେ ୫ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜାନୁଆରୀ ୨ ତାରିଖରେ ୨୩ ଜଣ, ୫ ତାରିଖରେ ୨୪ ଜଣ, ୮ତାରିଖରେ ୧୪ ଜଣ ଓମିକ୍ରନ୍ ସଂକ୍ରମିତ ହୋଇଥିବା ବେଳେ ୧୦ ତାରିଖରେ ୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତ ସଂଖ୍ୟା ୧୦୩କୁ ବୃଦ୍ଧି ହୋଇଛି ।