ଦୁର୍ଘଟଣା

ଦୀପାବଳିରେ ବାଣ ପଡି ଜଳିଗଲା ଗୁହାଳ

ସତ୍ୟଶିଖା (ଭୁବନେଶ୍ୱର) ୧୩.୧୧.୨୦୨୩ : ଦୀପାବଳିରେ ଅଘଟଣ । ବାଣ ଲାଗି ଜଳିଗଲା ଗୁହାଳ । ଫଳରେ 2ଟି ଗାଈ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଆଉ 2 ଜଣ ପୋଡ଼ି ଯାଇ ଗୁରୁତର ହୋଇଥିବା ସୂଚନା ମିଳିଛି । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ପ୍ରତାପରୁଦ୍ରପୁର ପଞ୍ଚାୟତ ପାରିବାସୁଦେଇପୁର ଗାଁର କୁନିଆ ମଲ୍ଲିକଙ୍କ ଗୁହାଳରେ ଏଭଳି ହୃଦୟ ବିଦାରକ ଦୁର୍ଘଟଣା ଘଟିଛି ।  ଆକାଶରୁ ବାଣ ନିଆଁ ଖସି ଗୁହାଳରେ ପଡି ନିଆଁ ଲାଗିଛି । ଗତକାଲି ରାତିରେ ଏଭଳି ଘଟଣା ଘଟିଥିବା ବେଳେ ସ୍ଥାନୀୟ ଆରଆଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗାଈ ପାଳନ କରି ଚଳୁଥିବା କୁନିଆ ସରକାରଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ।

Show More
Back to top button