ଦେଶ

ସିନ୍ଦୂର ପିନ୍ଧିବାକୁ ମନାକଲେ ପତ୍ନୀ, ଛାଡ଼ପତ୍ର ଦେବାକୁ ସ୍ୱାମୀଙ୍କୁ କୋର୍ଟ ଦେଲେ ଅନୁମତି

ଗୌହାଟୀ: ଜଣେ ମହିଳା ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ ହେଁ ଶଙ୍ଖା ସିନ୍ଦୂର ପିନ୍ଧିବାକୁ ମନା କରିବା ମହଙ୍ଗା ପଡ଼ିଛି। ସଂପୃକ୍ତ ମହିଳାଙ୍କ ସ୍ୱାମୀ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମଧ୍ୟ ଏହାକୁ ଛାଡ଼ପତ୍ର ପାଇଁ ଏକ କାରଣ ଭାବେ ବିବେଚନା କରିଛନ୍ତି ଓ ବ୍ୟକ୍ତି ଜଣଙ୍କୁ ଛାଡ଼ପତ୍ର ଦେବାକୁ ଅନୁମତି ବି ଦେଇଛନ୍ତି।

ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଅଜାଇ ଲାମ୍ବା ଓ ଜଷ୍ଟିସ ସୌମିତ୍ର ସୈକିଆଙ୍କୁ ନେଇ ଗଠିତ ଡିଭିଜନାଲ ବେଞ୍ଚ ଏଭଳି ରୁଲିଂ ଦେଇଛନ୍ତି।

ପ୍ରଥମେ ବ୍ୟକ୍ତି ଜଣଙ୍କ ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ହେଲେ ପତ୍ନୀଙ୍କ ପକ୍ଷରୁ ବ୍ୟକ୍ତିଙ୍କ ପ୍ରତି କୌଣସି ଅନ୍ୟାୟ କିମ୍ବା ଅତ୍ୟାଚାର ହୋଇ ନଥିବା ଦର୍ଶାଇ ଫ୍ୟାମିଲ କୋର୍ଟ ବ୍ୟକ୍ତି ଜଣଙ୍କୁ ନିରାଶ କରିଥିଲେ। ଏହା ବିରୋଧରେ ସେ ଗୌହାଟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ହାଇକୋର୍ଟ କହିଛନ୍ତି, ମହିଳା ଜଣଙ୍କ ଶଙ୍ଖା ସିନ୍ଦୂର ପିନ୍ଧିବାକୁ ମନା କରିବାର ଅର୍ଥ ସେ ଅବିବାହିତ କିମ୍ବା ସେ ତାଙ୍କ ବିବାହକୁ ଗ୍ରହଣ କରୁନାହାନ୍ତି। ଏଥିରୁ ବୁଝିବାକୁ ପଡ଼ିବ ଯେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ଚାହୁଁନାହାନ୍ତି। ତେଣୁ ଶଙ୍ଖା ସିନ୍ଦୂର ପିନ୍ଧିବାକୁ ମନା କରିବା ଛାଡ଼ପତ୍ର ପାଇଁ ଏକ କାରଣ ଭାବେ ବିବେଚନା କରାଯାଇ ପାରିବ ବୋଲି କୋର୍ଟ କହିଛନ୍ତି।

ଆହୁରି ପଢ଼ନ୍ତୁ

୨୦୧୨ ମସିହା ଫେବୃଆରୀ ୧୭ରେ ମହିଳା ଓ ବ୍ୟକ୍ତି ଜଣଙ୍କ ବିବାହ କରିଥିଲେ। ତେବେ ବିବାହ ପରେ ପରିବାର ଲୋକଙ୍କ ପାଖରେ ପତ୍ନୀ ଜଣଙ୍କ ରହିବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଫଳରେ ୨୦୧୩ ଜାନୁଆରୀ ୩୦ରୁ ଉଭୟ ଅଲଗା ରହୁଛନ୍ତି।

ମହିଳା ଜଣଙ୍କ ତାଙ୍କ ସ୍ୱାମୀ ଓ ସ୍ୱାମୀଙ୍କ ଘର ଲୋକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ହେଲେ କୋର୍ଟ ଏହି ଅଭିଯୋଗରେ ପ୍ରମାଣ ନଥିବା କହିଛନ୍ତି। ଜାଣିଶୁଣି ସ୍ୱାମୀ ଓ ସ୍ୱାମୀଙ୍କ ପରିବାର ସଦସ୍ୟଙ୍କୁ ହଇରାଣ କରିବାକୁ ପୁଲିସ୍‌ ଅଭିଯୋଗ କରିବା ମହିଳାଙ୍କ ପ୍ରତି ଅତ୍ୟାଚାର ନୁହେଁ ବୋଲି ସୁପ୍ରିମକୋର୍ଟ କହି ସାରିଛନ୍ତି।

ମହିଳା ଜଣଙ୍କ ସ୍ୱାମୀଙ୍କ ପରିବାର ଲୋକଙ୍କ ପାଖରେ ରହିବାକୁ ମନା କରିଥିଲେ। ଏପରି କରି ସେ ସ୍ୱାମୀଙ୍କ ପ୍ରତି ଅନ୍ୟାୟ କରିଥିଲେ। କାରଣ ବ୍ୟକ୍ତି ଜଣଙ୍କୁ ସେ ତାଙ୍କ ବୟସ୍କ ମା’ଙ୍କ ପ୍ରତି ଥିବା କର୍ତ୍ତବ୍ୟରୁ ବଞ୍ଚିତ କରିବାକୁ ଚେଷ୍ଟା କରିଥିଲେ। ତେଣୁ ଏହାକୁ କେବେ ହେଲେ ମହିଳାଙ୍କ ପ୍ରତି ଅତ୍ୟାଚାର ଭାବେ ଦର୍ଶାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button