

ସତ୍ୟଶିଖା( ଭୁବନେଶ୍ୱର )୦୮.୧୧.୨୦୨୨: ବିଭିନ୍ନ ପ୍ରକାର ଖାଦ୍ୟ ଆମର ଚିନ୍ତାଧାରା ଓ ଦୈନନ୍ଦିନ କାର୍ଯ୍ୟ ଉପରେ ପ୍ରଭାବ ପକାଇଥାଏ । ମାନସିକ ଶାନ୍ତି ଓ ଦିନସାରା କାର୍ଯ୍ୟକଳାପ ସୂଚାରୁ ରୂପେ କରିବା ପାଇଁ ଏଭଳି କିଛି ଖାଦ୍ୟ ରହିଛି, ଯାହାକୁ ଖାଲିପେଟରେ ସେବନ କରିବା ଉଚିତ ନୁହେଁ । ଜାଣନ୍ତୁ ..


ସେଓରେ ଭିଟାମିନ ବି , ଭିଟାମିନ ଏ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରରେ ରହିଛି । ମାତ୍ର ସକାଳେ ଖାଲିପେଟରେ ସେଓ ଖାଆନ୍ତୁ ନାହିଁ । :max_bytes(150000):strip_icc()/different-types-of-tea-FT-BLOG0621-7c7fd231e66d4fea8ca9a47cad52ba79.jpg)
:max_bytes(150000):strip_icc()/different-types-of-tea-FT-BLOG0621-7c7fd231e66d4fea8ca9a47cad52ba79.jpg)
ସାଲାଡ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ମାତ୍ର ଖାଲିପେଟରେ ସାଲାଡ ସେବନ ଦ୍ୱାରା ଗ୍ୟାଷ୍ଟ୍ରିକ୍, ଏସିଡିଟି ସମସ୍ୟା ସହ ଛାତି ଓ ଗଳାରେ ଜଳାପୋଡା ଅନୁଭବ ହୋଇଥାଏ ।
ପିଜୁଳି – ସ୍ୱାସ୍ଥ୍ୟ ପାଇଁ ପିଜୁଳି ଖୁବ ଉପକାରୀ । ମାତ୍ର ଖାଲିପେଟରେ ଏହାର ସେବନ କରନ୍ତୁ ନାହିଁ । ଖାଲି ପେଟରେ ପିଜୁଳି ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ । 

ଖାଲିପେଟରେ ଟମାଟୋର ମଧ୍ୟ ସେବନ କରନ୍ତୁ ନାହିଁ । ଖାଲିପେଟରେ ଟମାଟୋ ସେବନ କରିବା ଦ୍ୱାରା ଗଳା ଓ ଛାତିରେ ଜଳାପୋଡା ଓ ଏସିଡିଟି ସମସ୍ୟା ହୋଇଥାଏ ।






