ଜୀବନମନ୍ତ୍ରରୂପସଜ୍ଜା

କଫିରେ କେଶର ଯତ୍ନ

ସତ୍ୟଶିଖା ୦୨/୦୨/୨୦୨୧ : କଫି ପାନୀୟ ଭାବେ ଯେତିକି ଲୋକପ୍ରିୟ, କେଶ ଓ ତ୍ବଚାର ଚର୍ଚ୍ଚାରେ ମଧ୍ୟ ଏହାର ଉପଯୋଗ ହୁଏ । ବିଉଟିସିଆନ୍‌ଙ୍କ ପରାମର୍ଶ ନେଇ କଫିକୁ ନିୟମିତ ଭାବେ ସୌନ୍ଦର୍ଯ୍ୟ ଚର୍ଚ୍ଚାରେ ବ୍ୟବହାର କରିପାରିବେ ।

-କଫି ୨ ଛୋଟ ଚାମଚ ନେଇ ଫୁଟା ପାଣିରେ ପକାଇବେ । ଭଲଭାବେ ଫୁଟିବା ପରେ ଏଇ ପାଣିକୁ ଥଣ୍ଡା କରିବେ, ସେଥିରେ ଅଁଳା ଗୁଣ୍ଡ ୧ଚାମଚ ମିଶାଇ କେଶରେ ପ୍ୟାକ୍ ଭଳି ଲଗାଇ ୨୦ ମିନିଟ୍ ପରେ ଧୋଇନେବେ । ଏହି ପ୍ୟାକ୍ କେଶମୂଳକୁ ମଜଭୁତ୍ କରେ ।
– କଫି ୧ଛୋଟ ଚାମଚରେ ଦହି ମିଶାଇ ମୁହଁରେ ପ୍ୟାକ୍ ଭଳି ଲଗାନ୍ତୁ । ତ୍ବଚାରେ ଲଗାଇବାର ୫ ମିନିଟ୍ ପରେ ଭଲଭାବେ ମାଲିସ୍ କରି ଧୋଇନେବେ । ସନ୍-ଟ୍ୟାନ୍ ହେଉଥିଲେ ଏହି ପ୍ୟାକ୍ ଲଗାଇଲେ ଲାଭ ମିଳେ ।
– କେଶ ଅକାଳରେ ପାଚୁଥିଲେ, କଫି ଫୁଟା ପାଣିରେ ମେହେନ୍ଦୀ ମିଶାଇ ପ୍ୟାକ୍ ଭଳି କେଶରେ ଲଗାଇବେ । ୧ ଘଣ୍ଟା ପରେ କେଶ ଥଣ୍ଡା ପାଣିରେ ଧୋଇବେ । ମାସକୁ ଥରୁଟିଏ ଏହି ପ୍ୟାକ୍ ଲଗାଇବା କେଶ ପାଇଁ ଭଲ ।
– କଞ୍ଚା ଖିରରେ କଫି ମିଶାଇ କେଶରେ ଲଗାଇଲେ କେଶରୁ ରୁପି ସମସ୍ୟା ଦୂର ହେବା ସହ କେଶ ଝଡ଼ା ସମସ୍ୟା କମ୍ ହୁଏ ।
Show More
Back to top button