ରାଶିଫଳ

ଶୁକ୍ରବାର ରାଶିଫଳ : କେମିତି କଟିବ ଆଜିର ଦିନଟି ଜାଣନ୍ତୁ

ସତ୍ୟଶିଖା(ଭୁବନେଶ୍ୱର )୦୨.୧୨.୨୦୨୨: 

ମେଷ:~ ସମସ୍ୟା ସମାଧାନ ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ପାରିବେ ନାହିଁ। ପରିବାର ଭିତରେକିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସାଧାରଣ କ୍ଷେତ୍ରରେପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ମନ ପ୍ରସନ୍ନ ରହିବ। ସାହସୀ ଓ ଆସ୍ତିକ ହେବେ। ଥଣ୍ଡା-କଫ ଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି। ସାନଭାଇଙ୍କ ଠାରୁ ଭକ୍ତି ମିଳିବ।

ବୃଷ:~ ନିଜ ପରିସରରେ ପିଲାମାନଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁପଡିବ। ବନ୍ଧୁଙ୍କ ଅନୁରୋଧ କ୍ରମେ ଭ୍ରମଣ କାରଣରୁ କ୍ଳାନ୍ତି ଓ ଅବସାଦ ଦେଖା ଦେଇପାରେ। ନିଜେ କରିଥିବା କାର୍ଯ୍ୟର ସମୀକ୍ଷା କରିପାରନ୍ତି। ଯୁଗ୍ମ ବ୍ୟବସାୟରୁ ସାମାନ୍ୟ ଲାଭ ମିଳିବ। ସ୍ୱାଭିମାନୀ, ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡିବ ।

ମିଥୁନ:~ ଅର୍ଥ କିମ୍ବା କୌଣସି ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହୋଇପାରନ୍ତି। କର୍ମକ୍ଷେତ୍ରରେ ରହିଥିବା କାରନରୁ ଗୁଡାଏ କାମ ହାତକୁ ନେଇ ବ୍ୟଥିତ ହେବେ। କାର୍ଯ୍ୟରେଉନ୍ନତି ଘଟିବ। ଧନକ୍ଷୟ ହେବାର ସୂଚନା ମିଳୁଛି। ଇର୍ଷା ପରାୟଣ ହେବେ। ସ୍ୱାଭିମାନୀ ହୋଇପାରନ୍ତି। ଶାରିରୀକ ଦୁର୍ବଳତା ଅନୁଭବ କରିବେ। ବ୍ୟବସାୟ ଲାଭଜନକ ହେବ ।

କର୍କଟ:~ ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ଦ୍ୱାରା ସମ୍ମାନ ବୃଦ୍ଧି ପାଇବ କିନ୍ତୁ ପରୋକ୍ଷ ଶତ୍ରୁତା ମଧ୍ୟ ସୃଷ୍ଟି ହେବ। ଅପରାହ୍ନ ରେ ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ମନରେ ଉଦ୍‌ବେଗ ଜାତ ହୋଇପାରେ। ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ବଳିଷ୍ଠ ଓ ଶତ୍ରୁଜୟୀ ହେବେ। ମାନସିକ ଦୁଶ୍ଚିନ୍ତା ଦୂର ହେବ ଓ ଶାନ୍ତି ମିଳିବ।

ସିଂହ:~ କର୍ମକ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ଅନ୍ୟଙ୍କୁ ଆପଣେଇ ନେବେ। ପରିଜନଙ୍କ ସ୍ୱାସ୍ଥ୍ୟସମସ୍ୟା ଜନିତ ବିଚଳିତ ବୋଧକରିପାରନ୍ତି। ମନରେ ଉଦ୍‌ବେଗ ଜାତ ହୋଇପାରେ। ବନ୍ଧୁ ମିଳନଘଟିବାର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାକୁ ବ୍ରତଭାବେ ଗ୍ରହଣ କରିବେ। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ।

କନ୍ୟା:~ ମହିଳାମାନେ ବ୍ୟସ୍ତତା ଭିତରେ କାର୍ଯ୍ୟ ସାଧନ କରିବେ। ପ୍ରତ୍ୟେକ କ୍ଷେତ୍ରରେ ନିଜରବୁଦ୍ଧିମତ୍ତାର ଉପଯୋଗ କରି କୃତିତ୍ୱ ଅର୍ଜନ କରିବେ। ଭାଇ ସହଯୋଗ ପାଇ ତେଜସ୍ମରହୋଇ ଉଠିବେ। ସୌଭାଗ୍ୟଶାଳୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ଆବଶ୍ୟକତା ଅନୁସାରେ ଅର୍ଥ ନିଅଣ୍ଟ ହେବ।

ତୁଳା:~ ଅନ୍ୟସନସ୍କତା କିମ୍ବା ବିସ୍ମରଣଜନିତ କୌଣସି ଜିନିଷ ହରାଇ ପାରନ୍ତି। ସହକର୍ମୀ,ଭାଇ ଭଉଣିଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ। ଚଞ୍ଚଳମନା ହେବେ। ମାତ୍ର ଥଣ୍ଡା-କଫରେଆକ୍ରାନ୍ତ ହୋଇପାରନ୍ତି। ଅଧିକାଂଶ ସମୟ ଏକାନ୍ତରେ ରହିପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ। ସାହସୀ ଓ ଜ୍ଞାନୀ ହେବେ।

ବିଛା:~ ଅଫିସ୍ ରେ କିମ୍ବା କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ କାମରେ ସନ୍ତୁଷ୍ଟ ହୋଇପାରନ୍ତି।ପାରିବାରିକ ଜୀବନରେ ସ୍ତ୍ରୀ ଙ୍କ ସହ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆର୍ଥିକଦୁରବସ୍ଥାରେ ସୁଧାର ଆସିବ। କାର୍ଯ୍ୟ ସିଦ୍ଧି ହେବାର ସୂଚନା ମିଳୁଛି। ଯଶସ୍ୱୀ ହେବେ।ଲୋକପ୍ରିୟତା ବୃଦ୍ଧି ହେବ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷରୁ ଅର୍ଥ ପ୍ରାପ୍ତ ହେବ ।

ଧନୁ:~ ଦୀର୍ଘ ଦିନ ହେଲା ଆପଣ ଯାହା ଆଶା କରୁଥିଲେ, ତାହା ବହୁତ ବିଳମ୍ବରେ ଅବଶ୍ୟମିଳିବ। ଆନୁଷ୍ଠାନିକ କାମରୁ କିମ୍ବା ଆଲୋଚନା ପରିସରରେ ବନ୍ଧୁଙ୍କ ସହ ମନୋମାଳିନ୍ୟଦୂରେଇ ଯିବ। ଆୟ ବୃଦ୍ଧିର ସୂଚନା ମିଳୁଛି। ସେବା ପୂଜାରେ ମନୋନିବେଶ କରିବେ। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ।

ମକର:~ ଅସୁସ୍ଥତା କାରଣରୁ କେତେକ କାମରେ ଅବହେଳା କରିପାରନ୍ତି। କଳା, ସାହିତ୍ୟ,ସଙ୍ଗୀତ କ୍ଷେତ୍ରରେ ବେଶ୍ ଆଦୃତ ହେବେ। ଦୈନଦିନ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବେ। ଦୃଢମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଅଯଥା ଖର୍ଚ୍ଚ କରି ମନସ୍ତାପ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ।

କୁମ୍ଭ:~ ଆଜି ଜଣେ ବନ୍ଧୁ ପାରିବାରିକ ସମସ୍ୟା ସମାଧାନ ସକାଶେ ମାର୍ଗଦର୍ଶକ ସାଜିବେ। ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇ ନେବା ସକାଶେ ଚେଷ୍ଟାକରିପାରନ୍ତି। ମିତ୍ରସୁଖ ଲାଭ ଓ ଲୋକପ୍ରିୟତା ଅର୍ଜନ କରିପାରନ୍ତି। ପରମ ସୌଭାଗ୍ୟଶାଳୀ ହେବେ। ଦାମ୍ପତ୍ୟ ସୁଖ ମିଳିବ। ବିଭିନ୍ନ ଦିଗରୁ ଧନାଗମ ହେବ।

ମୀନ:~ ପରିବହନ, ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ। ବନ୍ଧୁ ଗହଣରେସାଧାରଣ ଘଟଣାକୁ ନେଇ ମନସ୍ତାପ କରିବାକୁ ପଡିପାରେ। କାର୍ଯ୍ୟରେ ପୂର୍ବ ପ୍ରସ୍ତୁତିକୁବଦଳାଇ ନୂତନ ପଦକ୍ଷେପ ଗ୍ରହଣ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ।

 

Show More
Back to top button