ଦେଶନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟସ୍ୱାସ୍ଥ୍ୟ
ଖସୁଛି କରୋନା ଗ୍ରାଫ୍, ୨୪ଘଣ୍ଟାରେ ୫୪୦୪୪ ନୂଆ ସଂକ୍ରମିତ ଚିହ୍ନଟ

ସତ୍ୟଶିଖା (ନୂଆଦିଲ୍ଲୀ) ୨୧/୧୦/୨୦୨୦ : ଦେଶରେ କରୋନା ଗ୍ରାଫ ପୂର୍ବ ତୁଳନାରେ କମିବାରେ ଲାଗିଛି । ଏବେ ଦୈନିକ ସଂକ୍ରମଣ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୫୪,୦୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୪୭ ହଜାର ନୂଆ ସଂକ୍ରମିତ ତୁଳନାରେ ଆଜି ସଂଖ୍ୟା ବଢିଛି ।ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ ୫୪, ୦୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୧୭ଜଣଙ୍କ କୋଭିଡ଼ରେ ମୃତ୍ୟୁ ହୋଇଛି । ତେବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୬,୫୧,୧୦୮ରେ ପହଞ୍ଚିସାରିଥିବା ବେଳେ ମୃତକଙ୍କ ସଂଖ୍ୟା ୧,୧୫,୯୧୫ରେ ପହଞ୍ଚିଛି। ଦେଶରେ ୭,୪୦,୦୯୦ଟି ଆକ୍ଚିଭ୍ କେସ୍ ରହିଛି । ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ୬୧,୭୭୫ଜଣ କରୋନା ଆକ୍ରାନ୍ତ ମେଡିକାଲକୁ ଘରକୁ ଫେରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୬୭,୯୫,୧୦୩ଜଣ ସୁସ୍ଥ ହୋଇସାରିଛି