ଦୁର୍ଘଟଣା

ଦୁଆରଶୁଣି ଘାଟିରେ କାର୍‌-ଅଟୋ ମୁହାଁମୁହିଁ ଧକ୍କା

ବାରିପଦା (ମାଣିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିର ଦୁଆରଶୁଣି ଘାଟିରେ ଆଜି ସକାଳେ ଏକ କାର୍ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କାର୍‌ଟି ମୁମ୍ବାଇରୁ କୋଲକତା ଅଭିମୁଖେ ଯାଉଥିଲା। ଏହି ସମୟରେ ଦୁଆରଶୁଣି ଘାଟିରେ ବୀପରିତ ଦିଗରୁ ଆସୁଥିବା ଅଟୋ ସହିତ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ପରେ ଅଟୋଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। କାର୍‌ରେ ୫ଜଣ ଲୋକ ଥିବା ବେଳେ ଅଟୋରେ ମଧ୍ୟ ୫ ଜଣ ଯାତ୍ରୀ ଥିଲେ। ଦମକଳ ବାହିନୀ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ୧୦ ଜଣଙ୍କୁ ଉଦ୍ଧାର କରି ପ୍ରଥମେ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କୁ ବାରିପଦା ଡାକ୍ତରଖାନାକୁ ଅଣାଯାଇଥିଲା। ପୁଲିସ୍ ଦୁର୍ଘଟଣାଗ୍ରସ୍ତ କାର୍‌ ଓ ଅଟୋକୁ ଜବତ କରି ଘଟଣାର ତଦନ୍ତ କରୁଛି।

[ad_2]
Show More
Back to top button