ଅପରାଧନ୍ୟୁଜ୍ରାଜ୍ୟ

ବାଣୀବିହାରରେ ଉତ୍ତେଜନା, ଗାଡ଼ି ପୋଡ଼ିଦେଲେ ଦୁର୍ବୃତ୍ତ

ସତ୍ୟଶିଖା( ଭୁବନେଶ୍ୱର )୨୦.୦୩.୨୦୨୨ : ଭୁବନେଶ୍ବର: ବାଣୀବିହାରରେ ଉତ୍ତେଜନା । ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଉତ୍ତେଜନା ଲାଗିରହିଥିବା ଦେଖାଦେଇଛି । ଦୁର୍ବୃତ୍ତ ମାନେ ହଷ୍ଟେଲରେ ପଶିବା ସହ ପରିସରରେ ଥିବା ଗାଡ଼ି ପୋଡି ଦେଇଛନ୍ତି । ବିଳମ୍ବିତ ରାତିରେ ୨ ଛାତ୍ର ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି । କେଉଁ କାରଣକୁ ନେଇ ଛାତ୍ରଙ୍କ ମଧ୍ୟରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ତାହା ଜଣାପଡ଼ିନାହିଁ । ଘଟଣା ସମ୍ପର୍କରେ ଏନେଇ ସହିଦନଗର ଥାନା ପୁଲିସ ଖବର ପାଇବା ପରେ  ଘଟଣାସ୍ଥଳରେ ପହଞ୍ଚିଛି । ଉତ୍ତ୍ୟକ୍ତ ଲୋକଙ୍କୁ ପୁଲିସ ବୁଝାସୁଝା କରୁଛି । କେଉଁ କାରଣରୁ ଏପରି ପରସ୍ଥିତି ଘଟିଲା ତାହା ଜଣାପଡ଼ି ନଥିବା ବେଳେ ପୁଲିସ ଏନେଇ ତଦନ୍ତ ଜାରି ରଖିଛି ।

Show More
Back to top button