

ସତ୍ୟଶିଖା (କଳାହାଣ୍ଡି) ୨୬/୧୨/୨୦୨୦ : କଳାହାଣ୍ଡି ଜିଲା କୋକସରା ମୋଟେର ଗାଁରେ ଲୁଟ ହୋଇଥିବା ନେଇ ଶନିବାର ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଜଣଙ୍କ ଘରେ ପଶି ୪୦ ଭରି ସୁନା ଅଳଙ୍କାର ଲୁଟ କରିଛନ୍ତି । ଏହାସହ ସେମାନେ ଗୋଟିଏ ବୁଲେଟ ଓ ଟିଭି ମଧ୍ୟ ଲୁଟ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ରାତିରେ ପ୍ରାୟ ୫ ଜଣ ଲୁଟେରା ମୁଖା ପିନ୍ଧି ବନ୍ଧୁକ ଦେଖାଇ ଏହି ସବୁ ଲୁଟ କରିଛନ୍ତି ।