ସ୍ପେଶାଲ୍ ରିପୋର୍ଟସ୍ୱାସ୍ଥ୍ୟ

ଭଲ ନିଦ ପାଇଁ ଖାଆନ୍ତୁ ‘ନାଇଟ୍‌-ଆଇସକ୍ରିମ୍’

ସତ୍ୟଶିଖା ୧୫/୦୧/୨୦୨୧ : ନିଦ୍ରାହୀନତା ସମସ୍ୟାରେ ବାନ୍ଧି ହୋଇଥିବା ବ୍ୟକ୍ତିଜଣକ ବିଭିନ୍ନ ପ୍ରୟାସ କରିବାକୁ ପଛାଇନଥାନ୍ତି । ଖାଦ୍ୟପାନୀୟ ସହ ରୁଟିନ୍‌‌ ଅନୁସାରେ ନିଜ ଜୀବନଶୈଳୀକୁ ମଧ୍ୟ ଏମାନେ ପରିବର୍ତ୍ତନ କରୁଥିବାର ଦେଖାଯାଏ । କେତେକଙ୍କୁ ଲାଭ ମିଳିଲାବେଳେ ଅନ୍ୟମାନେ ନିରାଶ ହୋଇଥାନ୍ତି । ଲୋକଙ୍କ ଏଇ ନିଦ୍ରାହୀନତା ସମସ୍ୟାକୁ ଲକ୍ଷ୍ୟ କରି ଆମେରିକୀୟ କମ୍ପାନୀ ୨୦୧୯ରେ ‘ନାଇଟ୍ ଆଇସକ୍ରିମ୍’ର ବଜାର ପ୍ରବେଶ କରାଇଛି । ୪୦ହଜାରରୁ ଅଧିକ ଲୋକଙ୍କ ଉପରେ ଏଇ ଆଇସକ୍ରିମ୍ ପରୀକ୍ଷା ହୋଇସାରିଥିବାବେଳେ ପ୍ରକୃତରେ ଏହା କାର୍ଯ୍ୟକାରୀ ହେଉଥିବାର ସ୍ପଷ୍ଟ ହୋଇଛି । କାମର ଚାପ, ମାନସିକ ଚାପ କାରଣରୁ କେତେଜଣ ନିଦ୍ରାହୀନତା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଆଇସକ୍ରିମ୍ କମ୍ପାନୀର ଉପଦେଷ୍ଟାଙ୍କ ମତରେ କୌଣସି ପ୍ରକାର ରାସାୟନିକ ତତ୍ତ୍ବ ଏଥିରେ ବ୍ୟବହାର କରାଯାଇନାହିଁ । ଏହି ଆଇସକ୍ରିମ୍‌କୁ ଅଧିକଦିନ ଫ୍ରିଜ୍‌ରେ ନ ରଖି ବରଂ ଦିନେଦୁଇଦିନ ଭିତରେ ଖାଇବା ଭଲ । ନିଦ ପାଇଁ ସହାୟକ ହେଉଥିବା ଏନ୍‌ଜାଇମ୍, ମିନେରାଲ୍ସ, ଆମିନୋ ଏସିଡ୍‌ ତତ୍ତ୍ବ ଭରପୂର ଏହି ନାଇଟ୍ ଆଇସକ୍ରିମ୍ ଶୋଇବାର କିଛି ସମୟ ପୂର୍ବରୁ ଖାଇଲେ ନିଦ ଗାଢ଼ ହୁଏ । ଗୋଟିଏ କୋନ୍ ପିଛା ଏଇ ନିଦ ଆଇସକ୍ରିମ୍‌ର ଦର ୪୫୦-୫୫୦ ଟଙ୍କା ଧାର୍ଯ୍ୟ ହେବା ସହ ଏହାର ବିଭିନ୍ନ ସୁଆଦଗୁଡ଼ିକ ଯଥାକ୍ରମେ ‘ମିଡ୍‌ନାଇଟ୍ ଚକୋଲେଟ୍’, ‘ଫୁଲ୍ ମୁନ୍ ଭାନିଲା’, ‘କୁକିଜ୍ ଆଣ୍ଡ ଡ୍ରିମସ୍’, ‘ଚେରି ଏକଲିପ୍ସ’, ‘ଆଫ୍ଟର ଡିନର୍‌ ମିଣ୍ଟ ଚିପ୍’ ଇତ୍ୟାଦି । ଭାରତୀୟ ବଜାରରେ ଏଇ ନିଦୁଆ ଆଇସକ୍ରିମ୍ ମିଳିବ ବୋଲି ଶୁଣାଯାଉଛି, ବଜାରକୁ ଆସିବା ପରେ ଆମ ଦେଶୀ ଗ୍ରାହକଙ୍କ ମଧ୍ୟରେ ଏଇ ନିଦ ଆଇସକ୍ରିମ୍‌ ଲୋକପ୍ରିୟ ହେବାର ଆଶା କରାଯାଉଛି ।

Show More
Back to top button