ଦେଶନ୍ୟୁଜ୍ବିଦେଶ

ଋଷ ସେନାରେ ଭର୍ତ୍ତି ହେବେ ଆହୁରି ୧ଲକ୍ଷ ଯୁବକ

ସତ୍ୟଶିଖା (ନୂଆଦିଲ୍ଲୀ) ୧୨.୦୩.୨୦୨୨: ଋଷ-ୟୁକ୍ରେନ୍ ଯୁଦ୍ଧ ଆଜିକୁ ୧୭ଦିନରେ ପହଞ୍ଚିଛି । ଗତ ୧୭ ଦିନ ହେବ ୟୁକ୍ରେନ୍ ଦଖଲ ପାଇଁ ପ୍ରାୟ ୨ଲକ୍ଷ ସୈନ୍ୟ କ୍ରମାଗତ ଭାବେ ଲଢେଇ ଜାରି ରଖିଛନ୍ତି । ଠିକ୍ ଭାବରେ ଖାଇବା, ପିଇବା ପାଇଁ ପାଣି ଏବଂ ବିଶ୍ରାମ ଅଭାବରୁ ଥକିପଡିଲେଣି ଋଷ ସୈନ୍ୟ । ଯାହାଫଳରେ ଋଷର ସାମରିକ ଅଭିଯାନ ଆଗକୁ ବଢିପାରୁନାହିଁ । ତେଣୁ ସୈନ୍ୟ ସଂଖ୍ୟା କମ୍ ପଡୁଥିବା ଦେଖିବା ପରେ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ତୁରନ୍ତ ୧ଲକ୍ଷ ସୈନ୍ୟ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂକ୍ରାନ୍ତରେ ପ୍ରସ୍ତାବ ମଧ୍ୟ ସଂସଦରେ ପାସ୍ ହୋଇଛି ।

ସଂସଦରେ ପାରିତ ହୋଇଥିବା ପ୍ରସ୍ତାବ ଅନୁଯାୟୀ, ଯେଉଁ ୧ଲକ୍ଷ ଯୁବ ସେନାରେ ସାମିଲ ହେବେ, ସେମାନଙ୍କୁ ଯୁଦ୍ଧ ପାଇଁ ୟୁକ୍ରେନ୍ ପଠାଯିବ । ଏଥିସହିତ ସେନାରେ ନିଯୁକ୍ତି ପ୍ରକ୍ରିୟା ନିୟମକୁ ଆହୁରି କଡାକଡି କରାଯାଇଛି । ସେହି ଅନୁସାରେ ଦେଶର ସମସ୍ତ ୧୮ରୁ ୨୭ ବର୍ଷ ବୟସ୍କ ସୁସ୍ଥ ଯୁବକମାନେ ସେନାରେ ଭର୍ତ୍ତି ହେବାକୁ ବାଧ୍ୟ । ଅତି କମରେ ସେମାନଙ୍କୁ ସେନାରେ ୨ବର୍ଷ ପାଇଁ କାର୍ଯ୍ୟ କରିବାକୁ ପଡିବ । ଯେଉଁମାନେ ସେନାରେ ଭର୍ତ୍ତି ହେବାକୁ ମନା କରିବେ ସେମାନଙ୍କୁ ୨ବର୍ଷରୁ ୪ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ମିଳିବ ବୋଲି ନୂଆ ନିୟମରେ ବ୍ୟବସ୍ଥା କରାଯାଇଛି । ତେବେ ଆସନ୍ତୁ ଜାଣିବା କେମିତି ଯୁବକ ଯୁବତୀଙ୍କୁ ସେନାରେ ସାମିଲ ପାଇଁ ଚିହ୍ନଟ କରାଯିବ ।

ପ୍ରଥମେ ଋଷ ସେନା ପକ୍ଷରୁ ସମସ୍ତ ଯୋଗ୍ୟ ଯୁବକଙ୍କ ନିକଟକୁ ଚିଠି ଲେଖାଯିବ । ସେମାନଙ୍କୁ ଦୁଇ ସପ୍ତାହ ଭିତରେ ସେନାରେ ସାମିଲ ହେବାକୁ ନିର୍ଦ୍ଦେଶ ଦିଆଯିବ । ଯଦି ଏହି ସମୟସୀମା ମଧ୍ୟରେ ସେମାନେ ସେନାରେ ସାମିଲ ନହୁଅନ୍ତି ତେବେ ସେମାନଙ୍କୁ ଗିରଫ କରି ଜେଲରେ ଭର୍ତ୍ତି କରାଯିବ । ଏପ୍ରିଲ ୧ତାରିଖ ସୁଦ୍ଧା ୧ ଲକ୍ଷ ସୈନୟ ସାମିଲ ହେବେ । ଏପରିକି ସିରିଆ ସମେତ ମଧ୍ୟପ୍ରାଚ୍ୟ ଅଞ୍ଚଳରୁ କିଛି ଯୋଦ୍ଧାଙ୍କୁ ଆଣି ୟୁକ୍ରେନରେ ଲଢିବାକୁ ଋଷ ଯୋଜନା କରିଛି । ଅନ୍ୟପଟେ ଋଷର ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି, ଏପର୍ଯ୍ୟନ୍ତ ଋଷ ସେନାରେ ସାମିଲ ହେବା ଲାଗି ମଧ୍ୟପ୍ରାଚ୍ୟର ୧୬ ହଜାର ଯୋଦ୍ଧା ଆବେଦନ କରିଛନ୍ତି । ସେସବୁ ଦେଶରେ ଏହି ଯୋଦ୍ଧାମାନେ ଆଇଏସ୍ ଆତଙ୍କୀ ବିପକ୍ଷରେ ଋଷ ସହ ଲଢୁଥିଲେ । ସେମାନଙ୍କୁ ନିଯୁକ୍ତି କରିବା ସହ ତୁରନ୍ତ ୟୁକ୍ରେନକୁ ପଠାଇବା ଲାଗି ରାଷ୍ଟ୍ରପତି ପୁଟିନ୍ ନିର୍ଦ୍ଦେଶନାମା ଜାରି କରିଥିବା ସେ ସୂଚନା ଦେଇଛନ୍ତି ।

Show More
Back to top button