ଜୀବନମନ୍ତ୍ର

ବର୍ଷା ଦିନେ ଭାଇରାଲ ଏବଂ ଇନ୍‌ଫେକ୍‌ସନ୍‌କୁ ଦୂରେଇବା ପାଇଁ ଏହି ସବୁ ଖାଦ୍ୟ ଖାଆନ୍ତୁ..

ସତ୍ୟଶିଖା ୨୦ .୦୮.୨୦୨୦ : ପ୍ରବଳ ଖରା ପରେ ବର୍ତ୍ତମାନ ବର୍ଷା ଋତୁ ଚାଲିଛି । ତେବେ ବର୍ଷା ଦିନେ ଟିକେ ଗରମ ଚା, ସହ ପକୁଡି ହେଇଗଲେ ଭାରି ମଜାଲାଗେ । କିନ୍ତୁ ଏହାସହ ଏହି ଋତୁରେ ଅନେକ ରୋଗ ମଧ୍ୟ ହେବାର ସମ୍ଭାବନା ରହିଥାଏ । ଏହି ଋତୁରେ ଅଧିକ ଭାଇରାଲ ଏବଂ ଇନ୍‌ଫେକ୍‌ସନ୍‌ ହୋଇଥାଏ  । ଏହି ସମୟରେ ଇମ୍ୟୁନିଟିକୁ ମଜଭୁତ ରଖିବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର ଉପରେ..

ହଳଦୀ: ହଳଦୀ ଆମ ଦୌନନ୍ଦିନ ଜୀବନର ଏକ ନିତ୍ୟବ୍ୟବହାର୍ଯ୍ୟ ଜିନିଷ । ତେବେ ସମସ୍ତଙ୍କ ଘରେ ହଳଦୀ ସର୍ବଦା ଉପଲବ୍ଧ ଥିବ । ତେବେ ଭାଇରସ ଏବଂ ଇନ୍‌ଫେକ୍‌ସନ୍‌କୁ ଦୂର କରିବ ହଳଦୀ । ତେଣୁ ବର୍ଷା ଦିନେ ହଳଦୀ ବ୍ୟବହାର ନିହାତି ଆବଶ୍ୟକ ।

ବାଦାମ: ବର୍ଷା ଦିନେ ବାଦାମକୁ କ୍ଷୀରରେ ମିସାଇ ପିଇଲେ ଏହା ମଧ୍ୟ ଭାଇରସ ଏବଂ ଇନ୍‌ଫେକ୍‌ସନ୍‌କୁ ଦୂର କରିଥାଏ ।

ଦହି: ଠିକ ସେହିପରି ଦହି ମଧ୍ୟ ବ୍ୟବହାର କରିବା ଦ୍ୱାରା ବର୍ଷା ଦିନେ ଭାଇରସ ଏବଂ ଇନ୍‌ଫେକ୍‌ସନ୍‌କୁ ଦୂର ହୋଇଥାଏ । ତେବେ ଏହି ସବୁ ଜିନିଷକୁ ବ୍ୟବହାର କରିବା ଦ୍ୱାରା ବର୍ଷା ଦିନେ ଆପଣ ନିଜକୁ ସୁରକ୍ଷିତ ରଖି ପାରିବେ ।

Show More
Back to top button